ଜନ୍ମଦିନ ପାଳିଲେନି ନବୀନ

1

ଭୁବନେଶ୍ୱର :  ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ  । ତେବେ ଚଳିତବର୍ଷ ସେ ଜନ୍ମ ଦିନ ପାଳନ କରିବେ ନାହିଁ । ଉରିଠାରେ ଆତଙ୍କବାଦୀଙ୍କ ସହିତ ଲଢ଼ି ପ୍ରାଣ ହରାଇଥିବା ସହିଦ ଯବାନଙ୍କ ସ୍ମୃତି ଉଦେ୍ଦଶ୍ୟରେ ନବୀନ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଶୁଭେଚ୍ଛୁ ଓ ସମର୍ଥକମାନେ ଶୁଭେଚ୍ଛା ଜଣାଇବାକୁ ନବୀନନିବାସ ନଆସିବା କିମ୍ବା ଏଥିପାଇଁ କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ନକରିବା ପାଇଁ ସେ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ସୂତ୍ରରୁ ଜଣାପଡ଼ିଛି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଥିବାରୁ ବିଜୁ ଜନତା ଦଳ କର୍ମୀ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ନବୀନ ନିବାସ ନଆସିବାକୁ ସେ ନିବେଦନ କରିଥିଲେ ।  ଗତବର୍ଷ ନବୀନଙ୍କ ଜନ୍ମଦିନରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବିଜୟୀ ଛାତ୍ର ନେତାମାନେ  ଶୋଭାଯାତ୍ରାରେ ନବୀନ ନିବାସ ଯିବାବେଳେ ବାଟରେ ବାଣ ସଂସ୍ପର୍ଶରେ ଆସି ଗ୍ୟାସ ବେଲୁନ ଫାଟିଯିବାରୁ ଏଥିରେ କିଛି ଛାତ୍ରୀ ଆହତ ହୋଇଥିଲେ । ତେବେ ଏହା ପୂର୍ବରୁ ୨୦୧୧,୨୦୧୩ ଓ ୨୦୧୪ରେ ବନ୍ୟା, ବାତ୍ୟା ଫାଇଲିନ ଓ ହୁଦ୍‌ହୁଦ୍‌ର ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ନବୀନବାବୁ ଜନ୍ମଦିନ ପାଳନରୁ ନିବୃତ୍ତ ରହିଥିଲେ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନ ଶୁଭେଛା ଜଣାଇଛନ୍ତି  ।

LEAVE A REPLY

Please enter your comment!
Please enter your name here