You are here
Home > ବଡ଼ଖବର > ଜଗା କାଳିଆଙ୍କ ବାହୁଡା ପ୍ରସ୍ତୁତି : ଜଗା ପିନ୍ଧିଲା ସ୍ବତନ୍ତ୍ର ହେଲେମେଟ

ଜଗା କାଳିଆଙ୍କ ବାହୁଡା ପ୍ରସ୍ତୁତି : ଜଗା ପିନ୍ଧିଲା ସ୍ବତନ୍ତ୍ର ହେଲେମେଟ

ଭୁବନେଶ୍ୱର : ବାହୁଡିବେ ଜଗା, କାଳିଆ ଯୋଡା ମୁଣ୍ଡ ଅପରେସନ ପରେ ଦିଲ୍ଲୀ ଏମସରେ ଦିଲ୍ଲୀ ଚିକିତ୍ସାଧୀନ ଥିବା ଜଗା କାଳିଆକୁ ଓଡିଶା ଫେରିବା ନେଇ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିଲାଗି ତିଆରି ହେଉଛି ସ୍ବତନ୍ତ୍ର ହେଲେମେଟ । ପ୍ରଥମେ ଜଗାଲାଗି ତିଆରି ହୋଇଥିବା ସ୍ୱତନ୍ତ୍ର ହେଲମେଟ୍ ଆଜି ଜଗାକୁ ପିନ୍ଧାଯାଇଛି ଏହା ଜଗାର ଖପୁରିକୁ ସୁରକ୍ଷା ଦେବ ତେବେ କାଳିଆ ପାଇଁ ହେଲମେଟ୍ ପ୍ରସ୍ତୁତ ହୋଇ ଥିବା ସୂଚନା ମିଳିଛି ଜଗା,କାଳିଆଙ୍କ ଅବସ୍ଥା ଅନୁଧ୍ୟାନ କରିବା ପାଇଁ କଟକ ଏସସିବିରୁ ଜଣିଆ ଡାକ୍ତରୀ ଟିମ୍ଏମ୍ସ ଯିବେ ବୋଲି ସୂଚନା ମିଳିଛିଏହା ସହ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଦିଲ୍ଲୀ ଏମସ୍ସ ଯାଇ ପ୍ରକ୍ରିୟାକୁ ଅନୁଧ୍ୟାନ କରିବେ । ଜଗା,କାଳିଆ ଫେରିଲେ କେଉଁଠି ରହିବେ ଓ ତାଙ୍କର ଚିକିତ୍ସା କିପରି ହେବ ସେନେଇ ଯୋଜନା ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି ।

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆଙ୍କ ସମ୍ପର୍କରେ ଗଣମାଧ୍ୟମରେ ପ୍ରଚାର ହେବା ପରେ ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଗତ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏମ୍ସକୁ ଯାଇ ଜଗାକାଳିଆଙ୍କୁ ଭେଟିଥିଲେ

Loading...
ONA

Leave a Reply

Top