You are here
Home > ଲାଟେଷ୍ଟ > ଜଗା-କାଳିଆଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଅମଙ୍ଗ ହେଲେ ବାପା

ଜଗା-କାଳିଆଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଅମଙ୍ଗ ହେଲେ ବାପା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ କନ୍ଧମାଳର ଦୁଇ ଶିଶୁ ଜଗା କାଳିଆଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ନେଇ ଯୋଜନା ହେଉଥିବା ବେଳେ ଉଭୟେ ଶିଶୁଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଅମଙ୍ଗ ହୋଇଛନ୍ତି ବାପା ଭୂୟାଁ କହଁର । ସେ କହିଛନ୍ତି ଯେ ଜଗା ଅପେକ୍ଷାକୃତ ଭଲ ଅଛି । ସେ ଖେଳାଖେଳି ଓ ବୁଲାବୁଲି କରୁଛି । କିନ୍ତୁ କାଳିଆ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହିଁ । ଏବେ ବି ସେ ପାଇପ୍ ଯୋଗେ ଖାଦ୍ୟ ଗ୍ରହଣ କରୁଛି । ଜଗା ମୁଣ୍ଡରେ ହୋଇଥିବା ସ୍କିନ୍ ଗ୍ରାଫ୍ଟିଂ ଏଯାଏ ଶୁଖିନାହିଁ । ଏଭଳି ଅବସ୍ଥାରେ ତାକୁ ସ୍ଥାନାନ୍ତର କଲେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିପାରେ । ସେଥିପାଇଁ ଉଭୟ ଶିଶୁଙ୍କୁ ଉଭୟଙ୍କୁ ଆଉ ୨ ମାସ ଦିଲ୍ଲୀ ଏମ୍ସରେ ରଖାଯାଉ ବୋଲି ବାପା ଭୂୟାଁ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀ ଏମ୍ସରୁ ସେମାନଙ୍କୁ ଡିସଚାର୍ଜ କରାଗଲେ ଭୁବନେଶ୍ୱର ଏମ୍ସରେ ରଖାଯିବାକୁ ବ୍ୟବସ୍ଥା କରାଯାଉ। ଅପରପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଏହାକୁ ସମ୍ମତି ଜଣାଇଛନ୍ତି। ଜାଗା କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ହେବା ଯାଏଁ ନୂଆଦିଲ୍ଲୀ ଏମ୍ସରେ ଉଭୟଙ୍କୁ ରଖିବାକୁ ମେଡ଼ିକାଲର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିବା କହିଛନ୍ତି। 
Loading...
ONA

Leave a Reply

Top