You are here
Home > ଲାଟେଷ୍ଟ > ଛିଡିପଡିଲା ଶ୍ରୀମନ୍ଦିର ପତିତପାବନ ବାନା

ଛିଡିପଡିଲା ଶ୍ରୀମନ୍ଦିର ପତିତପାବନ ବାନା

ପୁରୀ: ପୁରୀ ଶ୍ରୀମନ୍ଦିରରୁ ଶୁକ୍ରବାର ପତିତପାବନ ବାନା ଉଡି ଯାଇଥିବା ଦେଖାଯାଇଛି । ନୀଳଚକ୍ରରେ ଲାଗିଥିବା ମୂଳ ୧୪ ହାତିଆ ବାନା ଛିଣ୍ଡି ଉଡି ଯାଇଛି । ବାନା ଛିଡ଼ିପଡ଼ିବା ପରେ ଶ୍ରୀମନ୍ଦିରର ନୀତିକାନ୍ତି ବିଳମ୍ବିତ ହୋଇଛି । ଛିଡି ପଡିଥିବା ବାନା ବଦଳରେ ନୂଆ ବାନା ଲଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।  ଅନ୍ୟପଟେ ବାନା ଉଡିବା ନେଇ ନାନା ଗୁଜବ ଶୁଣିବାକୁ ମିଳିଛି । ବର୍ଷା ପବନ କିଛି ନ ଥିବାବେଳେ ନୀଳଚକ୍ରରୁ ବାନା ଉଡିବାକୁ ଅଶୁଭ ବୋଲି ଲୋକଙ୍କ ମତପ୍ରକାଶ ପାଇଛି । ଏହି ଅଘଟଣକୁ ନେଇ ଭକ୍ତମାନଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।
Loading...
ONA

Leave a Reply

Top