ଛାଡପତ୍ରକୁ ପୁରୁନି ଦୁଇ ବର୍ଷ ପୁଣିଥରେ ବିବାହ କରୁଛନ୍ତି ବଲିଉଡ ଅଭିନେତା ଅରବାଜ୍ ଖାନ୍

https://www.facebook.com/nnsodia/videos/267154983995629/?t=5

ବଲିଉଡରେ ବିବାହଘର ତିଥି ଚାଲିଥିବା ବେଳେ ଏବେ ଆଉ ଜଣେ ବିବାହରେ ସାମିଲ ହୋଇଛନ୍ତି ଦବଙ୍ଗ ସଲମାନ ଖାନଙ୍କ ଭାଇ ଅରବାଜ ଖାନ୍ । ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍‌ସଙ୍କ ନିର୍ବନ୍ଧ ପରେ ଆଗକୁ ଆସୁଛି ଦୀପିକା-ରଣବୀର୍‌ଙ୍କ ବାହାଘର । ସଲମାନ୍‌ଙ୍କ ଭାଇ ଅର୍‌ବାଜ୍‌ ଖାନ୍‌ ନିଜ ଗାର୍ଲଫ୍ରେଣ୍ଡ୍‌ଙ୍କୁ ବିବାହ କରୁଥିବାର ଖବର ଏବେ ଚର୍ଚ୍ଚାକୁ ଆସିଛି । ଅର୍‌ବାଜ୍‌ ଗତ କିଛି ମାସ ଧରି ମଡେଲ୍‌ ଜର୍ଜିୟା ଏଣ୍ଡ୍ରିଆନିଙ୍କୁ ଡେଟ୍‌ କରୁଛନ୍ତି । ଦୁହିଁଙ୍କୁ ଅନେକ ଥର ସାର୍ବଜନୀନ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି । କିଛି ଦିନ ତଳେ ଅର୍‌ବାଜ୍‌ ନିଜ ୫୧ତମ ଜନ୍ମଦିନ ଜର୍ଜିୟାଙ୍କ ସହ ପାଳିଥିଲେ । ଜର୍ଜିୟା ଦୁହିଁଙ୍କ ଫଟୋକୁ ସୋଶାଲ୍‌ ମିଡିଆରେ ମଧ୍ୟ ପୋଷ୍ଟ୍‌ କରିଥିଲେ। ସେପଟେ ଅର୍‌ବାଜ୍‌ ୨ ବର୍ଷ ପୂର୍ବେ ମଲାଇକା ଅରୋରାଙ୍କୁ ଛାଡ଼ପତ୍ର ଦେଇ ନିଜ ୧୮ ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗି ଦେଇଥିଲେ । ତେବେ ତାଙ୍କର ଏହି ଦ୍ୱିତୀୟ ବିବାହ ସମ୍ପର୍କରେ ଅର୍‌ବାଜ୍‌ ଓ ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଅରବାଜ୍‌ ଓ ମଲାଇକାଙ୍କର ଜଣେ ପୁଅ ମଧ୍ୟ ରହିଛି । ପୁଅର ନାଁ ହେଉଛି ଆର୍‌ହାନ୍‌ । ତେବେ ବାକି ରହିଲା ଦେଖିବାକୁ କେବେ ହାତରୁ ଦୁଇ ହାତ ହେଉଛନ୍ତି ଅରବାଜ୍ ।

ମତାମତ ଦିଅନ୍ତୁ

Please enter your comment!
Please enter your name here