ଛତ୍ରପୁର କାଉନସିଲରଙ୍କ ହତ୍ୟା ପଛରେ ବିଜେପି ନେତା !

2

♦ ବିଜେପିର ଜବାବ ସିସିଟିଭି ଯାଞ୍ଚ ହେଉ

ଭୁବନେଶ୍ଵର: ଛତ୍ରପୁର ବିଜେଡ଼ି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ବିଜେଡି କରିଥିବା ସାଙ୍ଘାତିକ ଅଭିଯୋଗର ଜବାବ ଦେଇଛି ବିଜେପି । ଏହାର ଜବାବ ରଖି ବିଜେପି ମୁଳଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ ଦଳୀୟ ଅନ୍ତର୍ଦ୍ଵନ୍ଦ ପାଇଁ କାଉନସିଲରଙ୍କୁ ହତ୍ୟା କରାଯାଇଛି। ସେଠାରେ ବିଧାୟକ ଓ କାଉନସିଲରଙ୍କ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ କରାଯାଇଛି। ମୃତ କାଉନସିଲର ଚେୟାରମ୍ୟାନଙ୍କ ଗୋଷ୍ଠୀର ଥିଲେ । ଗୋଲକ କହିଛନ୍ତି ଯେ ହତ୍ୟାକାଣ୍ଡ ପୂର୍ବରୁ ହତ୍ୟାକାରୀ ବିଧାୟକଙ୍କ ଘରକୁ ଯାଇଥିଲେ। ବିଧାୟକଙ୍କ ଘରେ ଲାଗିଥିବା ସିସିଟିଭି ଯାଞ୍ଚ କଲେ ପ୍ରକୃତ ସତ୍ୟ ପଦାକୁ ଆସିବ। ସେଠାକାର ଏସପି ବିଜେଡିର ହାତବାରିସି ସାଜିଛନ୍ତି। ଶାସକ ଦଳର ନିର୍ଦ୍ଦେଶରେ କାର୍ୟ୍ୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଛତ୍ରପୁର କାଉନସିଲରଙ୍କ ହତ୍ୟା ମାମଲାରେ ବିଜେଡି ଧର୍ମେନ୍ଦ୍ରଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ସାଙ୍ଘାତିକ ଅଭିଯୋଗ କରି ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଥିଲେ ଯେ ବିଜେପିରେ ସାମିଲ ହେବା ବେଳେ କୃଷ୍ଣଙ୍କ ସହ ଦଳର ବରିଷ୍ଠ ନେତା ଫଟୋ ଉଠାଇଥିଲେ। ସେତେବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓ କେନ୍ଦ୍ର ନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଥିଲେ । ହତ୍ୟାକାଣ୍ଡରେ ବିଜେପିର ବରିଷ୍ଠ ନେତାଙ୍କ ହତା ଅଛି ।

LEAVE A REPLY

Please enter your comment!
Please enter your name here