ଛଅ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଛଅ ଦିନିଆ ଦିଲ୍ଲୀ ଗସ୍ତ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୧ଟା ୫୦ରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତାକାଲି ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ମୁଖ୍ୟମନ୍ତ୍ରୀ ତାଙ୍କର ୬ ଦିନିଆ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବାର ମଧ୍ୟ ସୂଚନା ରହିଛି । ଆସନ୍ତା ୧ ତାରିଖରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଗସ୍ତ ପୂର୍ବରୁ ବିଜେପୁର ଉପନିର୍ବାଚନକୁ ନେଇ ଲାଗିଥିବା ଲଢ଼େଇକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେଡିରେ କୌଣସି ଦ୍ୱନ୍ଦ ନାହିଁସବୁ ସମସ୍ୟାର ସମାଧାନ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ବିଜେପୁର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଆଣିଥିବା ଆରୋପ ଆଦୌ ଠିକ୍ ନୁହେଁ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ନବୀନ କହିଛନ୍ତି ଯେ ପ୍ରାର୍ଥୀ ଘୋଷଣା ହେବା ପରେ ଅଶୋକ ପାଣିଗ୍ରାହି ଚିଠି ଲେଖିଛନ୍ତି ।