ଚିଲିକା : ନୋ ଫ୍ଲାଇଂ ଜୋନରେ ଉଡାଣ ପାଇଁ ଏତଲା

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର, ଗତ କିଛି ଦିନ ହେବ ସି ଏରୋଡୋମକୁ ନେଇ ବିବାଦ ଥମି ନ ଥିବା ବେଳେ ପୁଣି ଚିଲିକା ଉପରେ ହେଲିକପ୍ଟର ଉଡିବା ନେଇ ଏତଲା ଦାୟର ହୋଇଛି । ଏନେଇ ସିଡିଏ କର୍ତ୍ତୃପକ୍ଷ ପୁରୀ ଅରଖକୁଦା ମେରାଇନ ଥାନାରେ ଏତଲା ଦାୟର କରିଛନ୍ତି । ନୋ ଫ୍ଲାଇଂ ଜୋନରେ ହେଲିକପ୍ଟର ଉଡାଇବା ନେଇ ଏହି ଏତଲା ଦିଆଯାଇଛି । ଗତ ୧୫ ତାରିଖରେ କିଛି ମତ୍ସ୍ୟଜୀବୀ ହେଲିକପ୍ଟର ଦେଖିଥିଲେ । ଅତି ଅଳ୍ପ ଉଚ୍ଚରେ ଭୀଷଣ ଶବ୍ଦ କରି ହେଲିକପ୍ଟର ଚିଲିକା ଉପରେ ଉଡୁଥିଲା ବୋଲି ଅଭିଯୋଗ ହୋଇଛି । ବିନା ଅନୁମତିରେ, ସମ୍ବେଦନଶୀଳ ଅଞ୍ଚଳରେ ଉଡାଣକୁ ସିଡିଏ କର୍ତ୍ତୃପକ୍ଷ ବିରୋଧ କରିଛନ୍ତି । ଏଥିସହ ଅଭିଯୁକ୍ତ ପ୍ରତି କାଯ୍ୟନୁଷ୍ଠାନ ନେବାକୁ ଏତଲାରେ ଆବେଦନ କରିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here