You are here
Home > Breaking News > ଚିଲିକାକୁ ନେଇ ବିଜେପି-ବିଜେଡି ରାଜନୀତି ଜୋର

ଚିଲିକାକୁ ନେଇ ବିଜେପି-ବିଜେଡି ରାଜନୀତି ଜୋର

ଭୁନନେଶ୍ୱର: ଚିଲିକାରେ ସି-ପ୍ଲେନ୍ ଅବତରଣକୁ ନେଇ ଏବେ ରାଜନୈତିକ ବାଦବିବାଦ ଦେଖାଦେଇଛି । ବିଶେଷ କରି ବିଜେଡି ନେତାମାନେ ବିରୋଧ କରିବା ପରେ ଏହାକୁ ନେଇ ବିଜେପି କଡ଼ା ସମାଲୋଚନା କରିଛି । ରାଜ୍ୟର ବିକାଶ କାର୍ଯ୍ୟକୁ ବିଜେଡି ବିରୋଧ କରିବା ଦୁଖଦାୟକ କଥା ବୋଲି ବିଜେପି କହିବା ସହ କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିବାରୁ ଏହି ବିରୋଧାଭାଷ ଦେଖାଦେଇଥିବା କହିଛି ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପର୍ଯ୍ୟଟନର ବିକାଶ ପାଇଁ ଏହି ବିମାନ ଅବତରଣ ପ୍ରସ୍ତାବକୁ ଅନୁମତି ଦେଇଛି । ଏହି ଅନୁମତି ମିଳିବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିମାନ ଚଳାଚଳ ମନ୍ତ୍ରଣାଳୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ପର୍ଯ୍ୟଟନର ବିକାଶ ସହ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କ ପାଇଁ ଆତ୍ମନିଯୁକ୍ତି ଏବଂ ଲୋକଙ୍କ ବିକାଶ ହେବା ଲକ୍ଷ୍ୟରେ ଏହି ଉଦ୍ୟମ କରିଥିଲେ । ବର୍ତ୍ତମାନ ବିଜେଡି ବିରୋଧ କଲାପରେ କୁହାଯାଉଛି ଜାଣିଶୁଣି ଏପରି ପଦକ୍ଷେପ ନିଆଯାଉଛି । କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ପ୍ରସଙ୍ଗରେ ପଦକ୍ଷେପ ନେଉଛନ୍ତି ତାକୁ ବିରୋଧ କରିବା ହେଉଛି ବିଜେଡିର କାମ ବୋଲି କୁହାଯାଇଛି ।
ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ଚିଲିକାର ଜୈବ ବିବିଧତା ନଷ୍ଟ ହେବ ବୋଲି ଦର୍ଶାଇ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ମତ୍ସ୍ୟ ଜୀବିମାନଙ୍କର ଜୀବିକା ନଷ୍ଟ ହେବ ବୋଲି କହିଛନ୍ତି । ଏଣୁ ପ୍ରକଳ୍ପକୁ ବିରୋଧ କରିବେ ବୋଲି ଦର୍ଶାଇଛନ୍ତି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ବିରୋଧ କରିବା ନାଁରେ ବିରୋଧ କରାଯାଉଛି । ଏହାଦ୍ୱାରା ରାଜ୍ୟର ବିକାଶ ବାଧାପ୍ରାପ୍ତ ହେବ । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାକୁ ଦେଶ ବିଶେରୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ ହୋଇ ଆସିଥାନ୍ତେ । ସ୍ଥାନୀୟ ଲୋକଙ୍କ ରୋଜଗାର ବଢ଼ିଥାନ୍ତା ଓ ଯୁବକ ମାନେ ନିଯୁକ୍ତି ପାଇଥାନ୍ତା । ଜୈବ ବିବିଧତା ନେଇ ବିଶେଷଜ୍ଞ କମିଟି ଅନୁଧ୍ୟାନ କରାଯିବ । କିନ୍ତୁ ତାହା ପୂର୍ବରୁ ବିରୋଧ କରାଯିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ବିଜେଡି ବିକାଶ ବିରୋଧି ବୋଲି କେନ୍ଦ୍ରମନ୍ତ୍ରୀ ଆକ୍ଷେପ କରିଥିଲେ ।
ଏହି ପ୍ରସଙ୍ଗ ଆସିବା ପରେ ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ମାନସ ମଙ୍ଗରାଜ ଯିଏ କି ଚିଲିକା ଅଞ୍ଚଳର ଅଟନ୍ତି । ସେ ଦଳର ଆଭିମୁଖ୍ୟ ସଂପର୍କରେ ପ୍ରତିକ୍ରିୟା ରଖିବାକୁ ଯାଇ ଦୁଇ ଦଳୀୟ ନେତାଙ୍କ ମତ ସହ ସହମତ ହୋଇନଥିଲେ । ସେ କହିଥିଲେ ଚିଲିକା ହେଉଛି ଏକ ରାମସାର ସାଇଡ୍ ହେବ । ଏହା ଏସିଆର ଜୈବ ବିବିଧତାର କେନ୍ଦ୍ର । ଆନ୍ତର୍ଜାତୀୟ ସ୍ତରରେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି । ଏହି ପ୍ରକଳ୍ପ ସଂପର୍କରେ ସଂପୂର୍ଣ୍ଣ ବିବରଣୀ ଦେଖିଲା ପରେ ବିଜେଡି ମତ ସ୍ପଷ୍ଟ କରିବ । ପରିବେଶ ପ୍ରଭାବ ଓ ଚିଲିକା ଉପରେ ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ କ’ଣ ପ୍ରଭାବ ପଡୁଛି ତାକୁ ମଧ୍ୟ ବିଚାରକୁ ନିଆଯିବ । ଏଣୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଦଳ ଅପେକ୍ଷା କରିଛି । ଏହାପରେ ବିଦ୍ଧିବଧ ଭାବେ ମତ ରଖାଯିବ । ଦଳ ଏହାକୁ ବିରୋଧ କରୁଛି ବୋଲି ଶ୍ରୀ ମଙ୍ଗରାଜ କହିନଥିଲେ । କିନ୍ତୁ ଆଜି ଦଳର ଅନ୍ୟତମ ମୁଖପାତ୍ର ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଲାବେଳେ ପ୍ରକଳ୍ପକୁ ବିରୋଧ କରାଯାଉଥିବା ଭଳି ପ୍ରତିକ୍ରିୟା ରଖିଛନ୍ତି । ଏବଂ ସ୍ଥାନୀୟ ନେତାମାନେ ବିରୋଧ କରିବା ଘଟଣାକୁ ସେ ସମର୍ଥନ କରିଛନ୍ତି । ସେ କହିଛନ୍ତି ଚିଲିକାରେ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଏକ ସମ୍ବେଦନଶୀଳ ବିଷୟ । ଏଠାରେ କୌଣସି ପ୍ରକଳ୍ପ ହେଲେ ଜୈବ ବିବିଧତା ନଷ୍ଟ ହେବା ଆଶଙ୍କା ରହିଛି । କେନ୍ଦ୍ର ସରକାର ଏଯାଏ ଓଡ଼ିଶାକୁ ପ୍ରକଳ୍ପ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଦେଇ ନାହାନ୍ତି । ଏବଂ ପ୍ରକଳ୍ପ ହେବା ପୂର୍ବରୁ ତର୍ଜମା ହେବା ଜରୁରୀ । ଫଳରେ ଏଥିପାଇଁ ବିଜେଡି ନେତାମାନେ ଚିନ୍ତିତ ଅଛନ୍ତି । ପୂରା ରିପୋର୍ଟ ଆସିଲାପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।
ବିଜେପି ଉପସଭାପତି ସମୀର ମହାନ୍ତି ବିଜେଡିକୁ ସମାଲୋଚନା କରି କହିଛନ୍ତି ବିକାଶ ମୂଳକ କାର୍ଯ୍ୟପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ । ଏହାକୁ ନେଇ ଅଯଥା ରାଜନୀତି କରିବା ଉଚିତ ନୁହେଁ । ଚିଲିକାର ଜୈବ ବିବିଧତା ନଷ୍ଟ କରିବାକୁ କେହି ଚାହୁଁ ନାନ୍ତାନ୍ତି । କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଜଳ ବିମାନ ପ୍ରକଳ୍ପକୁ ସମର୍ଥନ କରିବାରୁ ଏପରି ବିରୋଧ କରାଯାଉଛି । ଜଳ ବିମାନ ବନ୍ଦରରେ ହେଲେ ଚିଲିକାର ଆହୁରି ଅଧିକ ପ୍ରଚାର ଓ ପ୍ରସାର ହେବ । ପର୍ଯ୍ୟଟନର ବିକାଶ ମଧ୍ୟ ହେବ । ସ୍ଥାନୀୟ ନେତାଙ୍କ ବିରୋଧ ହୀନମାନ୍ୟତାର ପରିଚୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Loading...
ONA

Leave a Reply

Top