You are here
Home > ଅଧିକ ଖବର > ଚା ରାଜନୀତି : ହିନ୍ଦୋଳରେ ବୈଜୟନ୍ତ ପଣ୍ଡା

ଚା ରାଜନୀତି : ହିନ୍ଦୋଳରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚା ଯୋଜନାକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜର ରାଜନୀତି ଖେଳିବାର ଏକ ନୂଆ ବାଟ ଖୋଜିନେଇଛନ୍ତି । କିଛି ଦିନ ପୂର୍ବରୁ ସେ ଭୁବନେଶ୍ୱର, କଟକରେ ଚା ଦୋକାନ ମାନଙ୍କରେ ବୁଲି ଚା ପିଇବା ସହ ସାଧାରଣ ଲୋକଙ୍କ ସହ ଖୋଲିକି ମିଶୁଥିବାର ଦେଖିବାକୁ ମିଳୁଛି । ସେହିପରି ଆଜି ସେ “ହେଇଯାଉ” କାଯ୍ୟକ୍ରମରେ ହିନ୍ଦୋଳ ଯାଇଥିବାର ସୂଚନା ମିଳିଛି । ହିନ୍ଦୋଳ ବାସୀ ତାଙ୍କୁ ଏକ ଟ୍ୱିଟ କରି ଆସିବାକୁ ନିମନ୍ତ୍ରଣ କରିଥିଲେ । ସେ ଉକ୍ତ ଟ୍ୱିଟ ଆଧାରରେ ହିନ୍ଦୋ ବ୍ଲକରେ ସାତମାଇଲରେ ଆୟୋଜିତ ଏକ ଚା କପ କାଯ୍ୟକ୍ରମରେ ଯାଇଥିଲେ । ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବହୁ ବାସିନ୍ଦା ଯୋଗଦେଇଥିଲେ । ବିଶେଷକରି ବହୁ ସଂଖ୍ୟାରେ ଯୁବକ ଯୁବତୀକୁ ଏହି କାଯ୍ୟକ୍ରମରେ ଯୋଗ ଦେଇଥିଲେ । ବୈଜୟନ୍ତ ପଣ୍ଡା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଓଡିଶାର ଶିକ୍ଷା ଓ ବେକାର ସମସ୍ୟା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ଉଚିତ ବୋଲି ସେ ଏହି ଅବସରରେ କହିଥିଲେ ।
ଉପସ୍ଥିତ ଜଣେ ଆୟୋଜକ କହିଛନ୍ତି ଯେ, ବୈଜୟନ୍ତ ପଣ୍ଡାଙ୍କ ପାଇଁ ହେଇଯାଉ ଗୋଟିଏ କାଯ୍ୟକ୍ରମ ନୂଆ କରି ଆରମ୍ଭ କରିଛୁ । ହିନ୍ଦୋଳ ତରଫରୁ ସମସ୍ତ ଯୁବପୀଢୀ ଏକାଠୀ ହୋଇ ତାଙ୍କୁ ସ୍ୱାଗତ କରିଥିଲୁ । ଆମେ ବହୁତ ଖୁସି ଯେ ସେ ଏଠାକୁ ଆସଲେ ।
ସେପଟେ ବୈଜୟନ୍ତ ପଣ୍ଡା କହିଛନ୍ତି, ମୋତେ ବହୁତ ଖୁସି ଲାଗୁଛି ହିନ୍ଦୋଳ ମୋତେ ଆଜି ଡାକିଛି । କେବଳ ହିନ୍ଦୋଳ ନୁହେଁ ପାଖାପାଖି ସମସ୍ତ ଅଞ୍ଚଲର ଲୋକେ ଏଠି ଏକତ୍ରିତ ହୋଇ ମୋତେ ସ୍ୱାଗତ କରିଛନ୍ତି । ଅଧିକାଂଶ ଏଠାକୁ ଯୁବକ, ଯୁବତ, ବୁଦ୍ଧିଜିବି,ଅନେକ ରାଜନେତା, ବୃଦ୍ଧା ମାନେ ଆସିଛନ୍ତି । ମୋତେ ବହୁତ ଖୁସି ଲାଗୁଛି ସେମାନଙ୍କ ସହ କିଛି ଆଲୋଚନା କରିବା ପାଇଁ ବୋଲି ଏହି ଅବସରରେ ସେ କହିଛନ୍ତି ।

Loading...
ONA

Leave a Reply

Top