ଚାଷୀ ଓ ଦୁର୍ନିତୀକୁ ନେଇ ସରକାରଙ୍କୁ ଘେରିବ କଂଗ୍ରେସ

ମଙ୍ଗଳବାର ଠାରୁ ଆରମ୍ଭ ହେଉଥିବା ବିଧାନସଭା ମୌସୁମୀ ଅଧିବେଶନରେ କଂଗ୍ରେସ ସରକାରଙ୍କୁ ଚାଷୀ, ଫସଲବୀମା, ଦୁର୍ନିତୀ ପ୍ରଭୃତି ବିଷୟକୁ ପ୍ରସଙ୍ଗ କରିବ । ଚାଷୀମାନେ କିବଳି ଭାବେ ଆତ୍ମହତ୍ୟା କରୁଛନ୍ତି , ସେମାନଙ୍କୁୁ ଫସଲ ବୀମା ମିଳୁନାହିଁ, ଏଥିସହ ଗୁରୁପ୍ରିୟା ସେତୁରେ ହୋଇଥିବା ଦୁନୀତି ପ୍ରସଙ୍ଗ ଆଣିବ । ଆଜି କଂଗ୍ରେସ ବିଧାୟକ ଦଳର ବୈଠକ ବିରୋଧୀ ଦଳ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥଏତିରେ ପିସିସି ସଭାପତି ନିରଞ୍ଜନ ଯୋଗ ଦେଇଥିଲେ । ବୈଠକ ପରେ ବିରୋଧୀ ଦଳ ନେତା ଦଳୀୟ ରଣକୌଶଳ ସଂପର୍କରେ ସୂଚନା ଦେଇଥିଲେ । ସରକାରଙ୍କ ପକ୍ଷରୁ ଯେଉଁ ବିଧାନ ପରିଷଦ ଗଠନ ପାଇଁ ଉଦ୍ୟମ କରାଯାଉଛି ଏବଂ ଚଳିତ ବିଧାନସଭାରେ ଯେଉଁ ପ୍ରସ୍ତାବ ଆଗତ କରିବାକୁ ଯାଉଛନ୍ତି ତାକୁ ଦଳ ବିରୋଧ କରିବ । ଶିକ୍ଷକ ଓ କ୍ରମଚାରୀଙ୍କ ସମସ୍୍ୟା, ଲୋକାୟୁକ୍ତ ପ୍ରସଙ୍ଗ ଏବଂ ବିଭିନ୍ନ ଦୁନିତୀ ବିଷୟ ମଧ୍ୟ ଉଠାଇବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।