ଚାଷୀଙ୍କ ଲାଗି ଖୁସି ଖବର :ଏନ୍‌ଆର୍‌ଆରଆଇ ବୈଜ୍ଞାନିକଙ୍କ ଦ୍ୱାରା ୭ଟି ନୂଆ ଧାନ ଉଦ୍ଭାବନ,୭ ଦିନ ପାଣିରେ ବୁଡି ରହିଲେ ବି ହେବନି ନଷ୍ଟ

6

କଟକ : କଟକର ବିଦ୍ୟାଧରପୁରରେ ଥିବା ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନ୍‌ଆରଆର୍‌ଆଇ)ର ବୈଜ୍ଞାନିକମାନେ ୭ଟି ନୂଆ କିସମର ଧାନ ଉଦ୍ଭାବନ କରିଛନ୍ତିା ଏହି କିସମର ଧାନ ମଧ୍ୟରୁ କେତେକ ଅତି ଅଳ୍ପ ପାଣିରେ ଉତ୍ପାଦନ ହୋଇ ପାରିବ ବୋଲି କୁହାଯାଉଥିବା ବେଳେ କେତେକ ଧାନ ବନ୍ୟା ପାଣିରେ ବୁଡି ରହିଲେ ବି ନଷ୍ଟ ହେବ ନାହିାଁ ଏହା ବ୍ୟତୀତ ଗୋଟିଏ କିସମର ଧାନରୁ ପ୍ରସ୍ତୁତ ଚାଉଳରେ ବିରିଆନି, ଫ୍ରାଏଡ୍‌ ରାଇସରୁ ଆରମ୍ଭ କରି ଚୁଡା, ମୁଢି, ଖଇ ଇତ୍ୟାଦି ପ୍ରସ୍ତୁତ ହୋଇ ପାରିବ ବୋଲି ଏନ୍‌ଆରଆରଆଇ ପକ୍ଷରୁ କୁହାଯାଇଛିା

ଉଦ୍ଭାବନ ହୋଇଥିବା ନୂଆ ଧାନ ମଧ୍ୟରେ ରହିଛି ସି.ଆର୍‌.ଧାନ ୨୦୭ (ଶ୍ରୀମତି), ୨୦୯ (ପ୍ରିୟା), ୪୦୯ (ପ୍ରଧାନ ଧାନ), ୫୦୭ (ପ୍ରଶାନ୍ତ), ସି.ଆର୍‌ ଧାନ ୮୦୦, ସି.ଆର ଧାନ ୯୧୦ ଏବଂ ୩୧୧ (ମୁକୁଲ), ୨୦୭ (ଶ୍ରୀମତି) ଧାନ ଅଳ୍ପ ପାଣିରେ ଉତ୍ପାଦନ ହୋଇପାରିବ ଏବଂ ଏହା ଦ୍ୱାରା ୩୦ ପ୍ରତିଶତ ଜଳ ସଂରକ୍ଷଣ ହୋଇପାରିବ ବୋଲି କୁହାଯାଉଛିା ମାତ୍ର ୧୧୦ ଦିନରେ ଏହା ଉତ୍ପାଦିତ ହୋଇପାରିବା ମହିଷା ରୋଗ, କଳା ଦାଗ, ପତ୍ର ଛେଦ ରୋଗକୁ ଏହା ମୁକାବିଲା କରି ପାରିବା ହେକ୍ଟର ପିଛା ୪୦ରୁ ୬୦ କ୍ୱିଣ୍ଟାଲ ଯାଏ ଏହି ଧାନ ଅମଳ ହୋଇପାରିବା

– ୭ ଦିନ ପାଣିରେ ବୁଡି ରହିଲେ ବି ହେବନି ନଷ୍ଟ

-ଗୋଟିଏ କିସମରେ ପ୍ରସ୍ତୁତ ହୋଇପାରିବ ବିରିଆନି, ଚୁଡ଼ା, ମୁଢି

ସେହିଭଳି ୨୦୯ (ପ୍ରିୟା) ଧାନର ଚାଉଳ ଲମ୍ବା ଓ ସରୁ ହୋଇଥିବା ବେଳେ ଏହା ବି ଅଳ୍ପ ପାଣିରେ ଉତ୍ପାଦନ ହୋଇପାରିବା ହେକ୍ଟର ପିଛା ଏହି ଧାନର ଉତ୍ପାଦନ କ୍ଷମତା ରହିବ ୪୦ରୁ ୫୦ କ୍ୱିଣ୍ଟାଲା ୪୦୯ (ପ୍ରଧାନ ଧାନ) ଖାଲ ଜମି ପାଇଁ ଉପଯୁକ୍ତ ହୋଇଥିବା ବେଳେ ବନ୍ୟା ପାଣିରେ ୭ ଦିନ ବୁଡି ରହିଲେ ବି ଏହା ନଷ୍ଟ ହେବ ନାହିାଁ ଏହି କିସମ ଧାନ ବି ମହିଷା, ପତ୍ରଛେଦ, କାଣ୍ଡବିନ୍ଧା ରୋଗକୁ ପ୍ରତିରୋଧ କରିପାରିବା ଏଥିରେ ଆମାଇଲୋଜ୍‌ ପରିମାଣ ଅଧିକ ଥିବାରୁ ଏହାକୁ ପଖାଳ କରିବା ଅଧିକ ସ୍ୱାଦଯୁକ୍ତ ହୋଇଥିବା ବେଳେ ଏହି ଧାନର ଚାଉଳକୁ ଫ୍ରାଏଡରାଇସ୍‌, ବିରିଆନି, ମୁଢି, ଚୁଡା, ଖଇ କରି ହେବା ଏହି ଧାନର ମୂଳ କଳା ରହୁଥିବାରୁ ଏଥିରୁ ବାଳୁଙ୍ଗା ଧାନକୁ ଚାଷୀ ଅତି ସହଜରେ ଚିହ୍ନି ପାରିବୋ ଏହି ଧାନ ଅମଳ ପାଇଁ ୧୬୦ ଦିନ ଲାଗୁ ଥିବା ବେଳେ ହେକ୍ଟର ପିଛା ୫୦ରୁ ୭୫ କ୍ୱିଣ୍ଟାଲ ଅମଳ ହୋଇପାରିବା

୫୦୭ (ପ୍ରଶାନ୍ତ) ଧାନ ମଧ୍ୟ ଖାଲ ଜମିରେ ଚାଷ କରାଯାଇ ପାରିବା ଏହାର ଗୋଟିଏ କେଣ୍ଡାରେ ୩୦୦ରୁ ଅଧିକ ଧାନ ରହିଥାଏା ଧାନ ପୋକ ସହିଲା ଭଳି ଶକ୍ତି ଏଥିରେ ରହିଛିା ଏହି ଧାନ ଅମଳ ହେବାକୁ ୧୬୦ରୁ ୧୬୫ ଦିନ ଲାଗୁଥିବା ବେଳେ ହେକ୍ଟର ପିଛା ୪୭ କ୍ୱିଣ୍ଟାଲ୍ରୁ ୫୬ କ୍ୱିଣ୍ଟାଲ ଅମଳ ହୋଇଥାଏ । ସିଆର (୮୦୦) ଧାନରେ ନୂଆ କିସମ ସ୍ୱର୍ଣ୍ଣ ଧାନର ସବୁ ଗୁଣ ଥିବା ବେଳେ ଏଥିରେ ପତ୍ରପୋଡା ରୋଗ ହୋଇ ନଥାଏ । ୧୪୦ ଦିନରେ ଅମଳ ହୋଇ ପାରୁଥିବା ଏହି ଧାନ ହେକ୍ଟର ପିଛା ୫୦ କ୍ୱିଣ୍ଟାଲ ଅମଳ ହୋଇପାରିବା  ସିଆର ଧାନ (୯୧୦) ବାସ୍ନା ଯୁକ୍ତ ଏବଂ ଛୋଟ ଚାଉଳା ଏହି ଚାଉଳରେ ବାସୁମତି ଚାଉଳର ଗୁଣ ରହିଛିା ୧୪୫ ଦିନରେ  ଅମଳ ହୋଇ ପାରୁଥିବା ଏହି ଧାନ ହେକ୍ଟର ପିଛା ୪୫ କ୍ୱିଣ୍ଟାଲ ଉତ୍ପାଦନ ହୋଇପାରିବା

୩୧୧ (ମୁକୁଲ) ଧାନରେ ୧୦ ପ୍ରତିଶତ ପ୍ରୋଟିନ, ୨୧ ପିପିଏମ୍‌ ଜିଙ୍କ ରହିଛିା ମଝିଆଳି ଜମିରେ ଚାଷ ହୋଇ ପାରୁଥିବା ଏହି ଚାଉଳକୁ ଆର୍ଥିକ ଦୁର୍ବଳ ବର୍ଗର ଲୋକ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଭାବେ ବ୍ୟବହାର କରିପାରିବୋ ସିଆର ଧାନ, ଶ୍ରୀମତି, ପ୍ରିୟା, ପ୍ରଧାନ ଧାନ, ପ୍ରଶାନ୍ତକୁ ବୈଜ୍ଞାନିକ ଡକ୍ଟର ଶରତ କୁମାର ପ୍ରଧାନ ଉଦ୍ଭାବନ କରିଥିବା ବେଳେ  ୩୧୧ ମୁକୁଲ ଧାନକୁ ଡକ୍ଟର କ୍ରିଷ୍ଣେନ୍ଦୁ ଚଟ୍ଟୋପଧ୍ୟାୟ, ସିଆର ଧାନ ୯୧୦କୁ ଏସ.ଏସ୍‌.ଚ୍ୟାଉପଟ୍ଟନାୟକ ଏବଂ ସିଆର ଧାନ ୮୦୦କୁ ମିଳିତ ଭାବେ ଡକ୍ଟର ଶରତ କୁମାର ପ୍ରଧାନ ଓ ଡାକ୍ତର ଜେ.ଏନ୍‌.ରେଡ୍ଡି ଉଦ୍ଭାବନ କରିଛନ୍ତିା

LEAVE A REPLY

Please enter your comment!
Please enter your name here