ଚାଲିଲା ଜଗା

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଜଗା-ବଳିଆ । ଯୋଡା ମୁଣ୍ଡ ଶିଶୁ ଜବା-ବଳିଆଙ୍କ ଅପରେସନ୍କୁ ଏକମାସରୁ ଉଦ୍ଧ୍ୱର୍ ସମୟ ବିତିଯାଇଛି । ଦ୍ରୁତ ଗତିରେ ଜଗା ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବା ବେଳେ ଧୀରେ ଧୀରେ ବଳିଆର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେଉଛି । ପ୍ରଥମେ ବଲ ଓ ମୋବାଇଲ ଧରି ୁଖେଳିିଥିବା ଜଗା ୱାକର ସାହାର୍ଯ୍ୟରେ ଚାଲିବା ଆରମ୍ଭ କରିଛି । ସେପଟେ ଦୁଇ ଶିଶୁଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ଶ୍ରୀମନ୍ଦିରରୁ ନିଆଯାଇଛି ନୀଳଚକ୍ର-କପିକେତନ ବାନା । ଜଗନ୍ନାଥ ସେନା ପକ୍ଷରୁ ମହାପ୍ରଭୁଙ୍କ ଆଶୀର୍ବାଦ ପୂର୍ବକ ଏହି ବାନାକୁ ନେଇ ଏମସରେ ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ରଙ୍କୁ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଜଗା-ବଳିଆଙ୍କୁ ନେଇ ନୂତନ ଆଶାସଂଚାର ହୋଇଛି । ଆଉ ଦୁଇ ମାସ ପରେ ଜଗାର ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ ହେବ । କାଳିଆର ଫିଟସର ମାତ୍ର ମଧ୍ୟ କମୁଥିବାର ଦେଖାଦେଇଛି । ଜଗା-ବଳିଆଙ୍କୁ ନେଇ ଏମସରେ ଖୁସିର ଲହରୀ ଖେଳିଯାଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here