ଚାରି ଅଭିଯୋଗକାରୀ ବିଚାରପତିଙ୍କୁ ଭେଟିଲେ ମୁଖ୍ୟ ବିଚାରପତି

1

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚାଲିଥିବା ବିବାଦର ସମାଧାନ ପାଇଁ ପ୍ରୟାସ ଜାରି ରହିଛି । ମଙ୍ଗଳବାର ମୁଖ୍ୟ ବିଚାରପତି ଦୀପକ ମିଶ୍ର ଚାରି ଜଣ ଅଭିଯୋଗକାରୀ ବିଚାରପତିଙ୍କ ସହ ସାକ୍ଷାତ କରିଛନ୍ତି । କୁହାଯାଉଛି ଯେ ମୂଖ୍ୟ ବିଚାରପତି ପ୍ରାୟ ୧୫ ମିନଟ  ଧରି ଚାରି ଜଣ ଅଭିଯୋଗକାରୀ ବିଚାରପତିଙ୍କ ସହ ଆଲୋଚନା କରିଥିଲେ ।  ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ମୁଖ୍ୟ ବିଚାରପତି ଏହି ମତଭେଦ ଦୂର କରିବା ପାଇଁ ତାଙ୍କ ପକ୍ଷରୁ ଏକ ସୁପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ୧୫ ମିନଟରେ ମୁଖ୍ୟ ବିଚାରପତି ନିଜ ପକ୍ଷରୁ ଶାନ୍ତି ପ୍ରସ୍ତାବ ରଖି ଏହି ଦିଗରେ ଆଲୋଚନା କରିଛନ୍ତି । ଉଲ୍ଲେଖନୀୟ ଯେ ସୁପ୍ରିମକୋର୍ଟ ବିଚାରପତି ଜେ ଚେଲମେଶ୍ୱର, ରଞ୍ଜନ ଗୋଗୋଇ, ଏମ ବି ଲୋକୁର ଓ କୁରିୟନ ଜୋସେଫ ମାମଲା ଆବଣ୍ଟନରେ ହେରଫେର ହେଉଥିବା ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । 

LEAVE A REPLY

Please enter your comment!
Please enter your name here