You are here
Home > ବଡ଼ଖବର > ଚାବି ହଜିବା ଘଟଣା, ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଗଲା ବିଜେପି

ଚାବି ହଜିବା ଘଟଣା, ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଗଲା ବିଜେପି

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଶେଷରେ ବିଜେପି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏହି ଘଟଣାରେ ସିବିଆଇ ତଦନ୍ତ କରିବା ପାଇଁ ଆବେଦନ କରାଯାଇଛି । ବିଜେପି ଉପସଭାପତି ସମୀର ମହାନ୍ତି ଏହି ପିଟିସନ ଦାଖଲ କରିଛନ୍ତି । ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି, ଜିଲ୍ଲାପାଳ ଓ ମୁଖ୍ୟ ପ୍ରଶାସକଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି । ଏ ସମ୍ପର୍କରେ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ମୁଖ୍ୟଶାସନ ସଚିବ, ଗୃହ ସଚିବ ଓ ଡିଜିପି ପକ୍ଷଭୁକ୍ତ

ବିଜେପି ପକ୍ଷରୁ ଚାବି ହଜିବା ଘଟଣାରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ପୋଲିସ୍ ଏହି ଏତଲାକୁ ଗ୍ରହଣ କରି ନ ଥିଲା । ପୋଲିସ୍ ମାମଲା ନ କରିବା ଫଳରେ ବିଜେପି କୋର୍ଟର ଆଶ୍ରୟ ନେଇଛି । ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀମନ୍ଦିର ଚାବି ହଜିବା ଘଟଣା ନେଇ ରାଜ୍ୟ ସରକାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବିର ଦାସଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତ କରାଯାଇଛି । କମିଶନ ଇତିମଧ୍ୟରେ ତାଙ୍କ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି । କଟକ ସର୍କିଟ୍ ହାଉସ୍ରେ କମିଶନଙ୍କ କାର୍ଯ୍ୟାଳୟ ଖୋଲାଯାଇଛି ଏବଂ ସତ୍ୟପାଠ ଆହ୍ୱାନ କରାଯାଇଛି ।

Loading...
ONA

Leave a Reply

Top