You are here
Home > ଲାଟେଷ୍ଟ > ଚାନ୍ଦିପୁରରେ ଦେଶର ପ୍ରଥମ ଯୁଦ୍ଧାସ୍ତ୍ର ସଂଗ୍ରହାଳୟ ଉଦଘାଟିତ

ଚାନ୍ଦିପୁରରେ ଦେଶର ପ୍ରଥମ ଯୁଦ୍ଧାସ୍ତ୍ର ସଂଗ୍ରହାଳୟ ଉଦଘାଟିତ

ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଠାରେ ଦେଶର ପ୍ରଥମ ୱାର ୱିପନ ପାର୍କ ପ୍ରତିଷ୍ଠା କରାଯାଇଛି । ଡିଆରଡିଓ ପରିସରରେ ଏହି ସଂଗ୍ରହାଳୟ ମଙ୍ଗଳବାର ଏହାର ଅଧ୍ୟକ୍ଷ ଏସ୍ ଖ୍ରୀଷ୍ଟୋଫର ଉଦଘାଟନ କରିଛନ୍ତି । ଏଥିରେ ୧୪ଟି ଯୁଦ୍ଧାସ୍ତ୍ର ଯାହାକି ଭାରତୀୟ ବାୟୁ ଓ ନୌସେନାରେ ବ୍ୟବହୃତ ହେଉଥିଲା ତାକୁ ପ୍ରଦର୍ଶିତ କରାଯାଇଛି । ୧୯୭୧ର ବହୁ ଚର୍ଚ୍ଚିତ ଭାରତ ଓ ପାକିସ୍ଥାନ ଯୁଦ୍ଧ ସମୟରେ ବ୍ୟବହୃତ ବୈଜୟନ୍ତ ଟ୍ୟାଙ୍କ୍ ସାଜିଛି ପ୍ରଦର୍ଶନୀର ପ୍ରମୁଖ ଆକର୍ଷଣ । ଏହି ଟ୍ୟାଙ୍କ ୫ କିମି ରେଞ୍ଜ ଲକ୍ଷ୍ୟ ଭେଦ କରିପାରେ । ପାର୍କରେ ରକେଟ ଲଞ୍ଚର ଡବ୍ଲୁଏମ-୧୮୧୦୫ ଏମ୍ଏମ ଭାରତୀୟ ଫିଲ୍ଡ ଗନ୍ ସମେତ ଅନେକ ଯୁଦ୍ଧାସ୍ତ୍ର ସ୍ଥାନ ପାଇଛି । ଆଗାମୀ ପୀଢିଙ୍କୁ ଦେଶର ପ୍ରତିରକ୍ଷା ସଂପର୍କିତ ଜ୍ଞାନଦେବାଜବାନଙ୍କ ପ୍ରତି ସମ୍ମାନ ଭାବ ଜାଗ୍ରତ କରାଇବା ଦିଗରେ ଏଭଳି ଏକ ସଂଗ୍ରହାଳୟ ପ୍ରତିଷ୍ଠାର ଆଭିମୁଖ୍ୟ ଥିବା କୁହାଯାଇଛି । ବିନା ପାୟାରିଂ ଦିନ ଗୁଡ଼ିକରେ ସର୍ବସାଧାରଣଙ୍କ ପାଇଁ ଏହି ସଂଗ୍ରହାଳୟ ଖୋଲା ରହିବ । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯାଇ ଅବଗତ କରାଯିବ ବୋଲି କୁହାଯାଇଛି ।
Loading...
ONA

Leave a Reply

Top