ଘୁଙ୍ଗୁଡି ସମସ୍ୟା : ଆପଣାନ୍ତୁ ଏହି ଟିପ୍ସ !

https://www.facebook.com/nnsodia/videos/267154983995629/?t=5

କିଛି ଲୋକ ଘୁଙ୍ଗିଡି ମାରିବାର ଆମେ ଅନେକ ସମୟରେ ଦେଖିବାକୁ ପାଉ । ଯାହା ବହୁତ ବିରକ୍ତି କର । ଏହାକୁ ସାମନା କରୁଥିବା ଲୋକ ଅନେକ ମାତ୍ରାରେ ହଇରାଣ ହେବା ସହ ରାତି ଅନିଦ୍ରା ହୁଅନ୍ତି । ତେବେ ଏହି ଘୁଙ୍ଗୁଡିରୁ ରକ୍ଷା ପାଇବା ଲାଗି ବିଭିନ୍ନ ପ୍ରକାରର ଔଷଧ ଖାଇଥାନ୍ତି । ଯଦି ଆପଣ ମଧ୍ୟ ଏହି ରୋଗରେ ପୀଡିତ ତେବେ ଆପଣାନ୍ତୁ ଏହି ଉପାୟ-
୧. ହଳଦୀ ଏବଂ ମହୁ – ଗୋଟିଏ ଚାମଚ ହଳଦୀ ଓ ଗୋଟିଏ ଚାମଚ ମହୁ ଏକାଠୀ ମିଶାଇ ପ୍ରତ୍ୟେକ ରାତିରେ ପାଣିରେ ଗୋଳି କି ପିଇବେ । କିଛିଦିନ ଲଗାତାର ଏପରି କଲେ ଆପଣଙ୍କ ଘୁଙ୍ଗୁଡି ସମସ୍ୟା ଦୂର ହୋଇଯିବ ।
୨. ମହୁ – ମହୁ ପିଇଲେ ମଧ୍ୟ ଘୁଙ୍ଗୁଡି ସମସ୍ୟା ଦୂର ହୋଇପାରିବ । ରାତିରେ ଶୋଇବା ପୂର୍ବରୁ ଗୋଟିଏ ଚାମଚ ମହୁ ପିଇକି ଶୋଇଲେ ଘୁଙ୍ଗୁଡି କମିପାରିବ । ମହୁ ପିଇବା ଦ୍ୱାରା ତଣ୍ଟିର ଶୀରାକୁ ଆରାମ ଲାଗେ ।
୩. ଅଳେଇଚ – ରାତିରେ ଶୋଇବା ପୂର୍ବରୁ ଟିକେ ଉଷୁମ ପାଣିରେ ଅଳେଇଚ କିମ୍ବା ଅଳେଇଚଗୁଣ୍ଡ ମିଶାଇ ପିଇଲେ ମଧ୍ୟ ଘୁଙ୍ଗୁଡି ସମସ୍ୟରୁ ରକ୍ଷା ପାଇବେ ।
୪. ପୋଦିନା – ରାତିରେ ଶୋଇବା ପୂର୍ବରୁ କିଛି ବୁନ୍ଦା ପୋଦିନା ତେଲ ପାଟିରେ ପୁରାଇ କୁଳୁକୁଳୁ କଲେ ମଧ୍ୟ ଘୁଙ୍ଗୁଡି ସମସ୍ୟରୁ ରକ୍ଷା ପାଇ ପାରିବେ । ଏହା କରିବା ଦ୍ୱାରା ନାକ ଛିଦ୍ରା ହେଉଥିବା କଷ୍ଟ କମିଯାଏ । ଆପଣ ଚାହିଁବେ ତ ପୋଦିନା ତେଲକୁ ମଧ୍ୟ ନିଜ ନାକରେ ପକାଇପାରିବେ ।
୫. ନାକକୁ ସଫା ରଖିବେ – ନାକରେ ଖଣ୍ଡିଆ କିମ୍ବା ନାକ ଅପରିସ୍କାର ରହିଲେ ମଧ୍ୟ ଘୁଙ୍ଗୁଡି ବାହାରେ । ସେଥିପାଇଁ ନାକ ସର୍ୱଦା ରଖିବା ଆବଶ୍ୟକ ।
୬. ଧୂମ୍ରପାନ – ଧୁମ୍ରପାନ କରୁଥିବା ବ୍ୟକ୍ତିଙ୍କ ବେଶୀ ଘୁଙ୍ଗୁଡି ବାହାରିଥାଏ । ଘୁଙ୍ଗୁଡି କମାଇବା ଲାଗି ଧୁମ୍ରପାନ ଠାରୁ ଦୂରରେ ରୁହନ୍ତୁ ।
୭. ମଦ – ଅଧିକା ପରିମାଣରେ ମଦ ପିଉଥିବା ବ୍ୟକ୍ତି ସାଧାରଣ ଲୋକଙ୍କ ଠାରୁ ଅଧିକା ଘୁଙ୍ଗୁଡି ମାରିଥାନ୍ତି । ତେଣୁ ମଦ ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ ।
୮. ବାମ ପଟକୁ ମୁହଁ କରି ଶୁଅନ୍ତୁ – ଶୋଇବାର ଶୈଳୀ ମଧ୍ୟ ଘୁଙ୍ଗୁଡି ମାରିବାର ସମସ୍ୟା ଉପୁ ଯାଇଥାଏ । ରାତିରେ ସିଧା ଶୋଇବା ବଦଳରେ ବାମପଟ ମୁଙଁ କରି ଶୋଅଇବାକୁ ଚେଷ୍ଟା କରନ୍ତୁ । ଏଥିସହ ବେକକୁ ଉପରକୁ କରି ଶୁଅନ୍ତୁ । ଏହା ଦ୍ୱାରା ଘୁଙ୍ଗୁଡି ସମସ୍ୟ ରକ୍ଷା ପାଇ ପାରିବେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here