ଘରୁ ଦୁର୍ଗନ୍ଧ ବାହାରୁଛି କି ……

https://www.facebook.com/nnsodia/videos/267154983995629/?t=5

ଘରୁ ବେଳେବେଳେ ଅଲଗା ଅଲଗା ଗନ୍ଧ ନିର୍ଗତ ହୋଇଥାଏ । ତେବେ ବର୍ଷାଦିନେ ବେଶୀ ଘରୁ ଗନ୍ଧ ନିର୍ଗତ ହୋଇଥାଏ । ଯୁଆଡ଼େ ଯାଉ ପାଣିକାଦୁଅରେ ପଶାବାକୁ ପଡେ । ବର୍ଷାରେ ଭିଜି ହାଲ୍‌ ବେହାଲ୍‌ ହୋଇଯାଇଥାଏ । ଏହାସହ ବର୍ଷା ଦିନର ବଡ଼ ସମସ୍ୟା ହେବା ଘର ଦୁର୍ଗନ୍ଧ । ଏପରି ସ୍ଥିତିରେ ଘରେ ରହିବାକୁ ଇଚ୍ଛା ହୋଇ ନଥାଏ । ଅସନ୍ତୁ ଜାଣିବା ବର୍ଷାଦିନେ ଘରେ ହେଉଥିବା ଦୁର୍ଗନ୍ଧ କିପରି ଦୂର ହେବ ।

୧. ବର୍ଷା ଦିନରେ ଲୁଗାପଟା ଭଲ ଭାବେ ଶୁଖି ନଥାଏ । ଫଳରେ ଲୁଗାପଟାରୁ ଗନ୍ଧ ବାହାରିଥାଏ । ଏକ ପାତ୍ରରେ କିଛି କଫି ନେଇ ଆଲମିରାରେ ରଖି ଦିଅନ୍ତୁ। ଦେଖିବେ ଦୁର୍ଗନ୍ଧ ପଳାଇବ।
୨. ସୂର୍ଯ୍ୟକିରଣ ପଡୁ ନଥିବା ସ୍ଥାନରୁ ଅଧିକ ଦୁର୍ଗନ୍ଧ ଆସିଥାଏ । ଏହାକୁ ଦୂର କରିବା ପାଇଁ ହାଇଡ୍ରୋଜେନ୍‌ ପେରକ୍‌ସାଇଡ୍‌କୁ ପାଣିରେ ମିଶାଇ ଏକ ସ୍ପ୍ରେ ବୋତଲରେ ଭରିଦିଅନ୍ତୁ ଓ ଘରର ସେହି ସବୁ ସ୍ଥାନରେ ପକାନ୍ତୁ । ଦେଖିବେ କିଛି ସମୟ ଭିତରେ ଦୁର୍ଗନ୍ଧ ଦୂରେଇ ଯିବ ।
୩. ଦୁର୍ଗନ୍ଧ ଦୂର କରିବାରେ ଭିନେଗାର ଓ ବେକିଂ ସୋଢ଼ା ମଧ୍ୟ ଭଲ କାମ ଦେଇଥାଏ । ଭିନେଗାରକୁ ସ୍ପ୍ରେ ବୋତଲରେ ଭର୍ତ୍ତି କରି ରୁମ୍‌ ଫ୍ରେସ୍‌ନର ଭାବେ ବ୍ୟବହାର କରିପାରିବେ ।
୪. ଯଦି ଆପଣ ବଜାରରେ ମିଳୁଥିବା ଆର୍ଟିଫିସିଆଲ୍‌ ରୁମ୍‌ ଫ୍ରେସନର ବ୍ୟବହାର କରୁଛନ୍ତି ତେବେ ଥରେ କର୍ପୂର ମଧ୍ୟ ବ୍ୟବହାର କରି ଦେଖନ୍ତୁ। ଏହା ଘରେ ଏକ ପ୍ରକାରର ସୁଗନ୍ଧ ଭରିଦେଇଥାଏ । ଘରର ଏକ କୋଣରେ ଖୋଲା ଜାଗାରେ ଦୀପରେ କର୍ପୂର ଜାଳନ୍ତୁ। ଦେଖିବେ କିଛି ସମୟ ଭିତରେ କର୍ପୂର କେମିତି ପୂରା ଘରେ ସୁଗନ୍ଧ ଭରିଦେବ ।
୫. ଲେମନ୍‌ ଗ୍ରାସ୍ କିମ୍ବା ଲାଭେଣ୍ଡର ତେଲକୁ ପାଣିରେ ମିଶାଇ ରୁମ୍‌ ଫ୍ରେସନର୍ ଭାବେ ବ୍ୟବହାର କଲେ ଘରୁ ଦୁର୍ଗନ୍ଧ ଦୂରେଇଯିବ ।

ମତାମତ ଦିଅନ୍ତୁ

Please enter your comment!
Please enter your name here