ଘନେଇଲା ଦୂତି-ରଚିତା କଳି: ମାନହାନୀ ମୋକଦ୍ଦମା କରିବେ ଦୂତି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ତୀବ୍ର ହୋଇଛି ଦୁଇ ଓଡ଼ିଆ ଧାବିକା ମଧ୍ୟରେ କଳି । ପୂର୍ବତନ  ଆଥଲେଟ୍ ରଚିତା ମିସ୍ତ୍ରୀଙ୍କ ଆକ୍ଷେପ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅଲିମ୍ପିଆନ୍   ଦୂତି ଚାନ୍ଦ ।  ରଚିତାଙ୍କ ନାଁରେ ଦୂତି ମାନହାନୀ ମୋକଦ୍ଦମା କରିବେ ବୋଲି ଦୂତି  କହିଛନ୍ତି  । ସେ କହିଛନ୍ତି ଯେ, ସେ ଜଣେ ଝିଅ । ଝିଅ ହୋଇ ଝିଅଙ୍କ ସହ ଦୌଡୁଛି । ଅଲଗା ଲିଙ୍ଗ ସହ ତୁଳନା କରି ମୋତେ ସେ ଘୃଣା କରୁଛନ୍ତି । ଏମିତି  ଆକ୍ଷୋପ କରି ମୋତେ ସେ ବଦନାମ କରୁଛନ୍ତି । ମୋତେ ଏମିତି ଆଖ୍ୟା ଦେଉଛନ୍ତି, ଯେମିତି ମୁଁ ଜଣେ ମଣିଷ ନୁହେଁ ।
   ରଚିତାଙ୍କ ରେକର୍ଡ ଭାଙ୍ଗିବା ପରେ ତାଙ୍କୁ ବହୁତ ବାଧିଛି । ରେକର୍ଡ ଭାଙ୍ଗିବା ସମୟରେ ସେ ମୋତେ ଫୋନରେ ଅଭିନନ୍ଦନ ଜଣାଇବା ପରିବର୍ତ୍ତେ ଗାଳି ଦେଇଥିଲେ  । ଦୂତିଙ୍କ ଅଭିଯୋଗ ଉପରେ ରଚିତା ମିସ୍ତ୍ରୀ କହିଛନ୍ତି ଯେ, ମୁଁ ଯାହା କହିଛି ସତ କଥା କହିଛି । ମୁଁ ତାର ଦୌଡିବା ବନ୍ଦ କରିବାକୁ କେବେ ଚାହୁଁନି  । ପୃଥିବୀରେ ବହୁ ତୃତୀୟ ଲିଙ୍ଗିଙ୍କର ଦୌଡିବାକୁ ଇଚ୍ଛା  । ତାକୁ ଅନ୍ୟ ଏକ ଜେଣ୍ଡର  କାଟେଗୋରୀ କରି ଦୌଡାଯାଉ  । ସେ ମୋ ବିରୋଧରେ କେସ କରୁ କି ଯାହା କରିବାର କଥା କରୁ ।
  ସୂଚନାଯୋଗ୍ୟ, ରଚିତା ମିସ୍ତ୍ରୀ ପଣ୍ଡା ଜାଣେ ପେଶାଦାର ଆଥଲେଟ୍  । ମୁମ୍ବାଇ ନିବାସୀ ରଚିତା ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ  । ସେ ୧୦୦ ମିଟର  ଦୌଡ ବର୍ଗରେ ୧୧.୩୮ ସେକେଣ୍ଡରେ ଦୌଡି ଜାତୀୟ ରେକର୍ଡ କରିଛନ୍ତି । ତାଙ୍କର ବୟସ ଏବେ ୪୨ ବର୍ଷ  । ଗତବର୍ଷ କାଜାଖସ୍ତାନର ଅଲମାଟିରେ ଦୂତି ଦୁଇ ଥର ରଚିତାଙ୍କ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ  । ଦୂତି ୧୦୦ ମିଟର ଦୌଡକୁ ୧୧.୨୪ ସେକେଣ୍ଡରେ ଅତିକ୍ରମ କରି ନୂଆ ମିଟ ରେକର୍ଡ ସାଙ୍ଗକୁ ରିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ  । 

ମତାମତ ଦିଅନ୍ତୁ

Please enter your comment!
Please enter your name here