ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଅବହେଳା: ୮ ନିଲମ୍ବିତ

ପୁରୀ: ପୁରୀ ଜିଲ୍ଲାରେ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ବ୍ୟାପକ ଅନୀୟମିତତା ହୋଇଛି । ସନ୍ତୋଷଜନକ କାର୍ଯ୍ୟ ହୋଇପାରି ନଥିବା ପରିପ୍ରେକ୍ଷୀରେ ୮ଟି ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଥିବା ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସୂଚନା ଦେଇଛନ୍ତି । ପୁରୀ ଜିଲ୍ଲାର ମୋଟ୍ ୧୧ଟି ବ୍ଲକ ମଧ୍ୟରୁ ୮ଟି ବ୍ଲକରେ ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର ନିର୍ମାଣ କ୍ଷେତ୍ରରେ ସନ୍ତୋଷଜନକ କାର୍ଯ୍ୟ ହୋଇପାରିନି । ଗ୍ରାମ୍ୟ ଓ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ପୁରୀ ଜିଲ୍ଲା ୨୮ ନମ୍ବର ସ୍ଥାନରେ ରହିଛି । ଏସବୁ ଗୃହ ନିର୍ମାଣ କ୍ଷେତ୍ରରେ କନିଷ୍ଠ ଯନ୍ତ୍ରୀଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା । ତେବେ ଗୃହ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇ ନ ଥିବାରୁ ଜିଲ୍ଲାପାଳ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଏଭଳି ଶୃଙ୍ଖଳା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here