ଗୁପଚୁପ୍୍ ବିକିବେ ପପୁ

ଓଲିଉଡର କମେଡି କିଙ୍ଗ୍ ପପୁ ପମପମ୍୍ । ହସେଇ ହସେଇ ଲୋକଙ୍କୁ ବେଦମ କରିଛନ୍ତି । ହେଲେ ପପୁ ଏବେ ପପୁ ଏବେ ଗୁପଚୁପ ବିକିବେ । କଥାଟି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନାଁ । ହେଲେ ବିଲକୁଲ ବି କନଫୁ୍ୟଜ ହୁଅନ୍ତୁନି । ରିୟଲ ଲାଇଫରେ ନୁହେଁ ବରଂ ରିଲ୍୍ ଲାଇଫରେ ପପୁ ବନିବେ ଗୁପଚୁପ ବିକାଳୀ । ହଁ ଅପକମିଂ ଓଡିଆ ଫିଲ୍ମ ମୁଁ ଖାଣ୍ଟି ଓଡିଆ ଝିଅରେ ସେ ଜଣେ ଗପୁଚୁପ ବିକାଳୀ ଭୂମିକାରେ ନଜର ଆସିବେ । ଏହାସହ ଫିଲ୍ମରେ ତାଙ୍କର ଆଉ ଏକ ଭୂମିକା ମଧ୍ୟ ରହିଛି । ସେଇଟା ହେଉଛି ବାଚମ୍ୟାନ । ଦୁଇଟି ଭିନ୍ନ ଭିନ୍ନ ଚରିତ୍ରର ପପୁ ଲୋକଙ୍କୁ ହସାଇବେ । ଫିଲ୍ମରେ ତାଙ୍କ ଚରିତ୍ର ନାଁ ହେଉଛି ଚୁଡା । ତେଣୁ ସେ ବିକୁଥିବା ଗୁପଚୁପ ଡୁଡା ଗୁପଚୁପ ଭାବେ ବେଶ ପ୍ରସିଦ୍ଧ । ଫିଲ୍ମରେ ହିରୋ ହିରୋଇନ ତାଙ୍କ ପାଖକୁ ଗୁପଚୁପ ଖାଇବାକୁ ଆସନ୍ତି । ଅବତାର ସିଂହ ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି । ଫିଲ୍ମର ଲିଡ୍୍ ରୋଲରେ ରଣବୀର, ସିଦ୍ଧାନ୍ତ ମହାପାତ୍ର ଓ ଏଲିନା ନଜର ଆସିବେ ।

LEAVE A REPLY

Please enter your comment!
Please enter your name here