You are here
Home > ଅଧିକ ଖବର > ଗୁଣିଗାରେଡି ସନ୍ଦେହ : ପରିବାରର ୩ ମୃତ

ଗୁଣିଗାରେଡି ସନ୍ଦେହ : ପରିବାରର ୩ ମୃତ

ଗୁଜୁରାଟ : ଦେଶ ଏତେ ଆଗେଇଲେ ମଧ୍ୟ ଲୋକଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନି । ଲୋକେ ସେହି ଅନ୍ଧବିଶ୍ୱାସ, ଗୁଣିଗାରେଡିକୁ ଏତେ ମାତ୍ରାରେ ବିଶ୍ୱାସ କରୁଛନ୍ତି ଯେ, ନିଜକୁ ମୃତ୍ୟୁମୁଖରେ ସାମନା କରିବାକୁ ପଛାଉନାହାନ୍ତି । କେବଳ ଓଡିଶାରେ ନୁହେଁ ସମଗ୍ର ଦେଶର କୌଣସି ନା କୌଣସି ସ୍ଥାନରେ ଏପରି ଘଟଣା ସାମନାକୁ ଆସୁଛି । କିଛିଦିନ ତଳେ ନୂଆଦିଲ୍ଲୀର ବୁରାଡିରେ ଗୋଟିଏ ପରିବାରର ୧୧ ଜଣ ଗୁଣିଗାରେଡି ସନ୍ଦେହରେ ଫାଶୀ ଦେଇ ମରିଥିବା ଖବର ଥମି ନଥିବା ବେଳେ ଆଜି ପୁଣି ଗୁଜୁରାଟର ଅହମ୍ମଦବାଦରେ ସେହିପରି ଆଉ ଏକ ଘଟଣା ଘଟିିଛି । ଗୋଟିଏ ପରିବାର ୩ ଜଣ ଆତ୍ମହତ୍ୟା କରିଥିବା ଖବର ପଦାକୁ ଆସିଛି । ତେବେ ସମସ୍ତ ଘଟଣା ପଛରେ ତନ୍ତ୍ରମନ୍ତ୍ରର ମାମଲା ଥିବା ପୋଲିସ ତରଫରୁ ଖବର ମିଳିଛି । ସୁଚନାରୁ ପ୍ରକାଶ, ପରିବାରର ମୁଖିଆ କୁନାଲ ତ୍ରିବେଦୀ ନିଜ ପରିବାରଙ୍କ ସହ ନରୋଦାର ଅବନୀ ସ୍କାଇରେ ଭଡା ଘର ନେଇ ରହୁଥିଲେ । ପରିବାରର ମୁଖିଆ ୪୫ ବର୍ଷୀୟ କୁନାଲ ନିଜକୁ ଫାଶୀ ଲଗାଇ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପତ୍ନୀ କବିତା ଓ ୧୬ ବର୍ଷୀୟା ଝିଅ ଶ୍ରୀନର ଶବ ଘରର ଖଟ ଉପରେ ପଡିଥିବାର ମିଳିଥିଲା । ପୋଲିସ ମୁତାବକ ମାଆ ଝିଅ ବିଶ ପିଇ ଆତ୍ମହତ୍ୟା କରିଛନ୍ତି । ଏବଂ କୁନାଲଙ୍କ ମାଆ ଗୁରୁତର ଅବସ୍ଥାରେ ମିଳିଥିଲେ୍ । କୁନାଲଙ୍କ ମାଆ ମଧ୍ୟ ବିଶ ପିଇ ଥିଲେ ମାତ୍ର ତାଙ୍କୁ ଉକ୍ତ ବିଷ ଠିକ ରୂପେ ଚଢିନତିଲା । ତେଣୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁର ୨୪ ଘଣ୍ଟା ପୂର୍ବରୁ ତାଙ୍କ ଘରର କବାଟ ବନ୍ଦ ଥିଲା । ତାଙ୍କୁ ତାଙ୍କର ପରିବାର ଓ ଅନ୍ୟ ସଂପର୍କିୟ ବାରମ୍ବାର ପୋନ କରିଥିଲେ । ମାତ୍ର ତାଙ୍କ ତରଫରୁ କୌଣସି ଜବାବ ମିଲିନଥିଲା । ତେଣୁ ତାଙ୍କର କିଛି ସଂପର୍କିୟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତନାଘନା ସମୟରେ ପୋଲିସକୁ ଏକ ସୁସାଇଡ ନୋଟ ମିଳିଥିଲା । ଯେଉଁଥିରେ ଲେଖାଥିଲା ଯେ, ମାଆ ଆପଣ କେବେ ବୁଝି ପାରିଲେନି, ମୁଁ କେତେ ଥର ଆପଣଙ୍କୁ ଏଇ କଳାଜାଦୁ ବା ଗୁଣିଗାରେଡି କଥା କେତେଥର କହିଛି, ମାତ୍ର ଆପଣ କେବେ ବୁଝିପାରିଲେ ନାହିଁ । ସବୁବେଳେ ମଦକୁ ଦାୟୀ କରିଥିଲେ । ଉକ୍ତ ଚିଠିରେ ସେ ଲେଖିଛନ୍ତି ଆମେ କେବେ ଆତ୍ମହତ୍ୟା କରିନଥାନ୍ତୁ ମାତ୍ର କଳାଯାଦୁ ପାଇଁ ଆମେ ଆତ୍ମହତ୍ୟା କରୁଛୁ ।

 

Loading...
ONA

Leave a Reply

Top