ଗୀତିକାର ସୁବୋଧ ପଟ୍ଟନାୟକଙ୍କ ପରଲୋକ

https://www.facebook.com/nnsodia/videos/267154983995629/?t=5

କଟକ: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ସଂଳାପକାର ତଥା ଗୀତିକାର ସୁବୋଧ ପଟ୍ଟନାୟକଙ୍କ ୭୦ ବର୍ଷ ବୟସରେ ପରଲୋକ ଘଟିଛି । ଖାନନଗର ସ୍ଥିତ ବାସଭବନରେ ଆଜି ସକାଳେ ହୃତଘାତରେ ତାଙ୍କର ପରଲୋକ  ହୋଇଛି । ବୃତ୍ତିରେ ସେ ଜଣେ ଡାକ୍ତର ଥିଲେ । କିନ୍ତୁ ସଂଳାପ ଲେଖିବା ତାଙ୍କର ନିଶା ଥିଲା । ସେ ୬୦ରୁ ଅଧିକ ଓଡ଼ିଆ ଫିଲ୍ମ ପାଇଁ ସଂଳାପ ଲେଖିଛନ୍ତି । ଏହା ସହିତ ଅନେକ ଟେଲିଭିଜନ ସିରିଏଲ୍ ପାଇଁ ମଧ୍ୟ ସଂଳାପ ଲେଖିଥିଲେ । ଅକ୍ଷୟ  ମହାନ୍ତିଙ୍କ ସହିତ ତାଙ୍କର ଯୋଡି ଖୁବ ଜମିଥିଲା ।
  ୧୯୮୪ ମସିହାରେ ବ୍ରଜରାଜ ମୁଭିଜ୍ ଦ୍ୱାରା ପ୍ରସ୍ତୁତ ‘ଦଣ୍ଡା ବାଳୁଙ୍ଗା’ରେ ସେ ପ୍ରଥମେ ସଂଳାପ ଲେଖିଥିଲେ । ଏହା ସହ ସେ ସବୁ ମାୟାରେ ବାୟା, ଜନନୀ, ଜାଇଫୁଲ, ଜଗା ହାତରେ ପଘା, ଶଙ୍ଖା ସିନ୍ଦୂର, ସହରୀ ବାଘ, ମମତା ମାଗେ ମୂଲ, ବାଜେ ବଇଂଶୀ ନାଚେ ଘୁଙ୍ଗୁର, ଚକା ଭଉଁରୀ, ଏଇତ ଦୁନିଆଁ,  ଥିଲି ଝିଅ ହେଲି ବୋହୂ, ପୁଅ ମୋର କଳାଠାକୁର, ମମତାର ଡୋରି, ଚକା ଅଧି ସବୁ ଦେଖୁଛି, ଦେଖୁଛି ବିଧିର ବିଧାନ ଏବଂ ତୋ ବିନା ଅନ୍ୟଗତି ନାହିଁ ଫିଲ୍ମ ପାଇଁ ସଂଳାପ ଲେଖିଥିଲେ  ।

ମତାମତ ଦିଅନ୍ତୁ

Please enter your comment!
Please enter your name here