ଗୀତିକାର ଅତିଫ ଅସଲମ ପାକିସ୍ଥାନୀ ସ୍ୱତନ୍ତ୍ର ଦିବସ ପ୍ୟାରେଡରେ ଭାରତୀୟ ଗୀତ ଗାଇ ହେଲେ ଟ୍ରୋଲ !

ନିର୍ୟୁକରେ ଆୟୋଜିତ ପାକିସ୍ଥାନୀ ସ୍ୱତନ୍ତ୍ର ଦିବସରେ ଅତିଫ ଅସଲମ ହିଦନ୍ଦୁସ୍ଥାନୀ ଗୀତ ଗାଇ କେବଳ ଟ୍ରୋଲ ହୋଇନାହାନ୍ତି ସମଗ୍ର ମିଡିଆରେ ମଧ୍ୟ ସମଲୋଚନା ହେଉଛନ୍ତି । ତେବେ ଅତିଫ ବଲିଉଡ ଅନେକ ଗୀତ ଗାଇ ପ୍ରଶଂସା ସାଉଣ୍ଟିଛନ୍ତି । ସ୍ୱତନ୍ତ୍ର ଦିବସ ପ୍ୟାରେଡରେ ହିନ୍ଦୁସ୍ତାନୀ ଗୀତ ଗାଇବା ପରେ ତାଙ୍କ ଉପରେ ଅନେକ ଦେଶଭକ୍ତିକୁ ନେଇ ପଶ୍ନ ଉଠାଇଛନ୍ତି । ଜଣେ ବ୍ୟକ୍ତି ଟ୍ୱିଟର ମାଧ୍ୟମରେ କହିଛନ୍ତି ଯେ ତାଙ୍କ ପ୍ରତି ଆଉ ସମ୍ମାନ ନାହିଁ । ଆଉ ଜଣେ ବ୍ୟକ୍ତି କହିଛନ୍ତି ଯେ ଅତିଫ ଅସଲମଙ୍କୁ ବହିଷ୍କାର କର, ସେ ଆମ ମନକୁ କଷ୍ଟ ଦେଇଛନ୍ତି । ସେପଟେ ଗୀତିକାର ସଫକତ ଅମାନତ ଅଲୀଙ୍କ ସମେତ ଅନେକ ବ୍ୟକ୍ତି ତାଙ୍କ ସପକ୍ଷରେ ଅଛନ୍ତି । ସେ କହିଛନ୍ତି ଯେ, ଫିଲ୍ମ, ସଙ୍ଗୀତ ଓ କଳାର କୌଣସି ସୀମା ନଥାଏ ।

LEAVE A REPLY

Please enter your comment!
Please enter your name here