ଗଣଦୁଷ୍କର୍ମକୁ ‘ରେଡ ଫ୍ଲାଗ’ ମାମଲା ଭାବେ ଘୋଷଣା କଲେ ଡିଜିପି

କୋରାପୁଟ: କୋରାପୁଟ କୁନ୍ଦୁଲିରେ ଗଣଦୁଷ୍କର୍ମ ଅଭିଯୋଗକୁ ପୋଲିସ ଗୁରୁତର  ସହିତ ନେଇଛି । ଏହି ଅଭିଯୋଗକୁ ‘ରେଡ ଫ୍ଲାଗ’ ମାମଲା ଭାବେ ଗ୍ରହଣ କରାଯାଇଛି ବୋଲି ପୋଲିସ ଡିଜି ଆରପି ଶର୍ମା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅଭିଯୋଗ ପରେ ପଟାଙ୍ଗୀ ଥାନାରେ ମାମଲା ରୁଜୁ କରାଯାଇଛି । ଦଫା ୩୭୬(ଡି), ୩୭୭ଆଇପିସି , ସେକ୍ସନ ୬ ପୋକ୍ସୋ ମଧ୍ୟ ଲାଗୁ କରାଯାଇଛି ।  ଅଭିଯୋଗରେ ସତ୍ୟତା ଯାଞ୍ଚ କରାଯାଉଛି । ଯିଏ ଏହି ଘଟଣାରେ ସମ୍ପୃକ୍ତ ଥିବ, ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଥମେ କିଏ ଏଥିରେ  ସମ୍ପୃକ୍ତ ତାକୁ ଠାବ କରିବା ଗୁରୁତ୍ୱପୂର୍ଣ୍ଣ ।
  କୋରାପୁଟ ଜିଲ୍ଲାରେ ସିଆରପିଏଫ୍, ବିଏସଏଫ୍ ଓ କୋବ୍ରା ଓ ପୋଲିସର ଯିବା ଆସିବା ରହିଥାଏ । ନକ୍ସଲମାନେ ମଧ୍ୟ ସୁରକ୍ଷାକର୍ମୀଙ୍କ ୟୁନିଫର୍ମ ପିନ୍ଧିଥାନ୍ତି ।  ସମସ୍ତ ବୈଜ୍ଞାନିକ ପଦ୍ଧତିରେ ସହଯୋଗ ଲାଗି କ୍ରାଇମବ୍ରାଞ୍ଚର ଏକ ଟିମ ଯାଇଛି  । ପିଡିତାଙ୍କ ପରୀକ୍ଷାଲାଗି ବିଶେଷଙ୍କ ଡାକ୍ତର ମଧ୍ୟ ସେଠାକୁ ଯାଇଛି ।
  କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର କୁନ୍ଦୁଲି ହାଟକୁ ପାସପୋର୍ଟ ଫଟୋ ଉଠାଇବାକୁ ଭାଇ ସହ ନାବାଳିକା ଜଣକ ଯାଇଥିଲେ  । ଫଟୋ ଉଠାଇ ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ । ତେବେ କିଛିବାଟ ଅଟୋରେ ଯିବା ପରେ  ଭଉଣୀ ସୋରିଷପଦା ଜଙ୍ଗଲ ଦେଇ ଏକୁଟିଆ ଘରକୁ ଫେରୁଥିଲେ । ତେବେ ୪ଜଣ ଯୁବକ ମୁହଁରେ ଓଢ଼ଣୀ ଘୋଡାଇ ନାବାଳିକାଙ୍କୁ ଜଙ୍ଗଲ ମଧ୍ୟକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଯୁବକମାନେ ଯବାନଙ୍କ  ପୋଷାକ ପିନ୍ଧିଥିବା ପିଡିତାର ଭାଇ ଅଭିଯୋଗ କରିଛନ୍ତି । ପିଡିତାଙ୍କୁ କୋରାପୁଟ  ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଯବାନଙ୍କ ସମ୍ପୃକ୍ତି  ନାହିଁ ବୋଲି ସିଆରପିଏଫ ଡିଆଇଜି ଅପରେସନ୍ ରାମ ଚରିତ୍ର ସୂଚନା ଦେଇଥିଲେ । ଅଭିଯୋଗ ପାଇବା ମାତ୍ରେ ଯବାନ କ୍ୟାମ୍ପ ସହ ସେ କଥା ହୋଇଥିଲେ । ପ୍ରାଥମିକ ଅନୁସନ୍ଧାନ ପରେ ସେ ଏହି ସୂଚନା ଦେଇଥିବା କହିଥିଲେ  । ତେବେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ କୁନ୍ଦୁଲିଠାରେ  ରାସ୍ତା ଅବରୋଧ କରିଛନ୍ତି । ଫଳରେ ଜୟପୁର-ବିଶାଖାପାଟଣା ମଧ୍ୟରେ ଯାତାୟତରେ ବାଧା ଉପୁଜିଛି ।

LEAVE A REPLY

Please enter your comment!
Please enter your name here