You are here
Home > ଇଣ୍ଡିଆ > ଖୋଲୁଛି ପିଏନବି ଘୋଟାଲାର ଫର୍ଦ୍ଦ : ନିରବଙ୍କ ୯ଟି ଦାମୀ କାର୍ ଜବତ ଷ୍ଟକ୍ ମାର୍କେଟର୯୫ କୋଟି ଟଙ୍କା ଫ୍ରିଜ୍

ଖୋଲୁଛି ପିଏନବି ଘୋଟାଲାର ଫର୍ଦ୍ଦ : ନିରବଙ୍କ ୯ଟି ଦାମୀ କାର୍ ଜବତ ଷ୍ଟକ୍ ମାର୍କେଟର୯୫ କୋଟି ଟଙ୍କା ଫ୍ରିଜ୍

ଭୁବନେଶ୍ବର: ଖୋଲୁଛି ପିଏନବି ଘୋଟାଲାର ଫର୍ଦ୍ଦ ପରେ ଫର୍ଦ୍ଦ । ନିରବ ମୋଦି ଓ ତାଙ୍କ ଅଙ୍କଲ୍ ତଥା ସହଯୋଗୀ ମେହୁଲ୍ ଚୋକ୍ସି ବିଦେଶରେ ଲୁଚିଥିବା ବେଳେ ଦେଶ ଭିତରେ ଛାନଭିନ୍ ଜାରି ରଖିଛନ୍ତି ସିବିଆଇ ଏବଂ ଇଡି । ନିରବଙ୍କ ୯ଟି ଦାମୀ କାର୍ ଜବତ କରିବା ସହ ମ୍ୟୁଚିଆଲ୍ ଫଣ୍ଡ ଓ ଷ୍ଟକ୍ ମାର୍କେଟରେ ଥିବା ପାଖାପାଖି ୯୫ କୋଟି ଟଙ୍କା ଫ୍ରିଜ୍ କରିଛି ଇଡି । ସେପଟେ ନିରବ ବଦନାମରୁ ମୁକ୍ତି ପାଇଁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଆଇନର ଫର୍ଦ୍ଦ ଖେଳାଉଥିବା ବେଳେ ଚୁକ୍ତି ଅନୁଯାୟୀ ପ୍ରାପ୍ୟ ପାଇ ନଥିବା ଅଭିଯୋଗ ଆଣିଛନ୍ତି ବିପାଶା ବାସୁ ଏବଂ କଙ୍ଗନା ରଣୌତ ।

ସାମ୍ନାକୁ ଆସୁଛି ନିରବ ଘୋଟାଲାର ଗୋଟେ ପରେ ଗୋଟେ ଚାଞ୍ଚଲ୍ୟକର ତଥ୍ୟ । କେମିତି ପିଏନବି ଅଧିକାରୀଙ୍କୁ ଧରି ନିରବ ଲେଟର୍ ଅଫ୍ ଅଣ୍ଡରଟେକିଂ ଓ ଫରେନ୍ ଲେଟର୍ ଅଫ୍ କ୍ରେଡିଟ୍ସ ଇସ୍ୟୁ କରାଇ ନେଲେ ଏବଂ କେମିତି ଅନ୍ୟ ଉପରିସ୍ଥ ଅଧିକାରୀ କେହି ଜାଣିପାରିଲେ ନାହିଁ, ସେନେଇ ଚାଲିଛି ଖୋଳତାଡ଼ । ନିରବ ମୋଦିଙ୍କ କମ୍ପାନି ସମେତ ୧୨୦ଟି ସେଲ୍ ଫାର୍ମ ଉପରେ ଜାରି ରହିଛି ଚଢ଼ାଉ ।

ଦେଶ ଭିତରେ ଚଢ଼ାଉ ଜାରି ରଖିଛନ୍ତି ସିବିଆଇ ଓ ଇଡି । ନିରବ ମୋଦିଙ୍କ ୯ଟି ଦାମୀ କାର୍ ଜବତ ହୋଇଛି । ରୋଲ୍ସ ରୟସ୍ ଘୋଷ୍ଟ, ପୋର୍ସେ ପାନାମେରା, ହାଇ ଏଣ୍ଡ୍ ହୋଣ୍ଡା, ମର୍ସିଡିଜ୍ ବେଞ୍ଜ, ତୟୋଟା ଫର୍ଚୁନର୍ ଏବଂ ଇନୋଭା ଭଳି ଦାମୀ କାର୍ ଜବତ କରିଛି ଇଡି । ଏଥି ସହିତ ନିରବ ଓ ମେହୁଲ୍ ଚୋକ୍ସିଙ୍କ ୯୪.୫୨ କୋଟି ଟଙ୍କାର ମ୍ୟୁଚୁଆଲ୍ ଫଣ୍ଡ ଏବଂ ଶେୟାର୍ ଫ୍ରିଜ୍ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଇଡି ନିରବଙ୍କ ବିଭିନ୍ନ କଂପାନିରେ ଚଢ଼ାଉ କରି ୫ ହଜାର ୭୩୬ କୋଟି ଟଙ୍କାର ସମ୍ପତ୍ତି ଜବତ କଲାଣି । ସେପଟେ ଆୟକର ବିଭାଗ ମଧ୍ୟ ୧୪୫ କୋଟି ଟଙ୍କା ସିଜ୍ କରି ସାରିଲାଣି । ୧୨୦ଟି ସେଲ୍ ଫାର୍ମ ଉପରେ ଜାରି ରହିଛି ଚଢ଼ାଉ । ପିଏନବି ବ୍ରାଡି ହାଉସ୍ ବ୍ରାଞ୍ଚର ପୂର୍ବତନ ମୁଖ୍ୟ ରାଜେଶ ଜିନ୍ଦଲଙ୍କୁ ସିବିଆଇ ଜେରା କରିଛି । ୨୦୦୮ରୁ ଚଳିତବର୍ଷ ଜାନୁଆରୀ ପର୍ଯ୍ୟନ୍ତ ହିଁ ନିରବ ମୋଦି, ପିଏନବିରୁ ଲେଟର୍ ଅଫ୍ ଅଣ୍ଡରଟେକିଂ ଏବଂ ଫରେନ୍ ଲେଟର୍ ଅଫ୍ କ୍ରେଡିଟ୍ସ ନେଇ ଚାଲିଥିବା ସିବିଆଇ ତଦନ୍ତରୁ ଜଣାପଡ଼ିଛି ।

 

ଲଲିତ ମୋଦି ଓ ବିଜୟ ମାଲ୍ୟାଙ୍କ ପରେ ନିରବ ମୋଦି, ହଜାର ହଜାର କୋଟି ଟଙ୍କା ଠକି ନେଇ ଦେଶରୁ ଚମ୍ପଟ୍ ମାରିଛନ୍ତି । କେମିତି ଏହା ସମ୍ଭବ ହେଉଛି, ସେନେଇ ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ କ୍ରେଡିଟ୍ ଇନଫର୍ମେସନ୍ ବ୍ୟୁରୋର ତଥ୍ୟ ଚକିତ କରୁଛି । ଦେଶରେ ଅଭ୍ୟାସଗତ ଋଣ ଖିଲାପକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ବିଭିନ୍ନ ବ୍ୟାଙ୍କରୁ ୯ ହଜାର ୩୩୯ ଜଣ ଲୋକ ଲକ୍ଷେ ୧୧ ହଜାର ୭୩୮ କୋଟି ଟଙ୍କା ଋଣ ନେଇ ଫେରାଉ ନଥିବା ଜଣାପଡ଼ିଛି । ଆଉ ଏସବୁ ବ୍ୟାଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

 

ଡାଇମଣ୍ଡ ମାର୍କେଟରେ ନିଜେ ନିରବ ଥିଲେ ଜଣେ ବ୍ରାଣ୍ଡ । ଯେଉଁଥି ପାଇଁ ତାଙ୍କ ଗ୍ରୁପ୍ ଅଫ୍ କମ୍ପାନିରେ ଛନ୍ଦି ହୋଇ ଯାଇଥିଲେ ବଲିଉଡର ଅନେକ ନାମୀଦାମୀ ଅଭିନେତ୍ରୀ । ନିରବ ବଦନାମରୁ ମୁକୁଳିବାକୁ ପ୍ରିୟଙ୍କା ଚୋପ୍ରା ଆଇନର ଫର୍ଦ୍ଦ ଖେଳାଉଥିବା ବେଳେ ଏବେ ଗୀତାଞ୍ଜଳି ଜେମ୍ସ ବିରୋଧରେ ପ୍ରାପ୍ୟ ପାଇ ନଥିବା ବିପାଶା ବାସୁ ଏବଂ କଙ୍କନା ରଣୌତ, ଆଣିଛନ୍ତି ଚୁକ୍ତି ଉଲ୍ଲଘଂନ ଅଭିଯୋଗ ।

Loading...
ONA

Leave a Reply

Top