ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ସୋମବାର ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ଗ୍ରୀଷ୍ମ ପ୍ରବାହ ପାଇଁ ବନ୍ଦ ରହିଥିବା ଅଭିଯୋଗ ପ୍ରକୋଷ୍ଠ ଖୋଲିଥିବାରୁ ଲୋକମାନେ ଆଶ୍ୱସ୍ତ ହୋଇଛନ୍ତି । ପ୍ରଥମ ଦିନ ପାରଳା ଗଣଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୃତକମାନଙ୍କ ସମ୍ପର୍କୀୟ ଅମୂଲ୍ୟ ପାତ୍ର ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଗତ ୨୦୧୬ରେ ଘଟିଥିବା ଏହି ଘଟଣାରେ ପୋଲିସ ଅନଙ୍ଗ ମଞ୍ଜରୀ, ବିଜୟଲକ୍ଷ୍ମୀ, ସଞ୍ଜୟୀ   ଓ ସନ୍ତୋଷ ପାତ୍ରଙ୍କ ଶବକୁ ଜବତ କରିଥିଲେ ମଧ୍ୟ ଏହାର କାରଣ ରହସ୍ୟାବୃତ ହୋଇ ରହିଛି । କ୍ରାଇମବ୍ରାଞ୍ଚ ଏ ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରୁ ନଥିବାରୁ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି ।