କ୍ୟୟୋଁକେ ଶାଶୁ ଭି କଭି ବୋହୂ ଥି…

0
1

ଆଜିର ଯିଏ ଶାଶୁ କାଲି ସେ ବୋହୂ ଥିଲା । ନିଜର ସ୍ୱାମୀଙ୍କୁ ପାଇବାକୁ ତା ମନରେ ଥିଲା ଆଶା, ଖୁସି ଏବଂ ଉକ୍ରଣ୍ଠା । ତେବେ ସେ ନିଜ ବୋହୂ ପ୍ରତି ଏବେ ବିମୁଖ ଭାବ ପ୍ରଦର୍ଶନ କରେ କାହିଁକି । ଅନେକ ସମୟରେ ଦେଖାଯାଏ ଶାଶୁଙ୍କ ଯୋଗୁ ଝିଅମାନେ ମନରେ ସଙ୍କୋଚ ଭାବ ରଖିଥାନ୍ତି । ଶାଶୁ ଏପରି ସ୍ଥଳେ ଚିନ୍ତା କରିବା ଉଚିତ ଯେ ପୁଅ ବାହା ହେଲା ସୁଖୀ ପରିବାରଟିଏ ଗଠନ କରୁ । ଯଦି ବୋହୂର ଆଶା ଆକାଂକ୍ଷାରେ ବିପରୀତ ଘଟେ, ତେବେ ତାର ଦାମ୍ପତ୍ୟ ଜୀବନ ବ୍ୟତିବ୍ୟସ୍ତ ହୋଇପଡିବ । ଏଣୁ ଆପଣ ଜଣେ ଉତ୍ତମ ଶାଶୁ ହେବାର ପ୍ରୟାସ ଅବଶ୍ୟ କରିବା ଉଚିତ । ତେବେ ଜୀବନର ପ୍ରତ୍ୟେକ ସ୍ଥଳେ ଶାଶୁ ତାର କର୍ତ୍ତବ୍ୟ ସୂଚାରୁ ରୂପେ କରିବା ଉଚିତ ।
­-ନୂଆକରି ଆସିଥିବା ବୋହୂର ସମସ୍ତ ଖବର ବୁଝନ୍ତୁ । ତାର ଖାଇବା, ପିଇବା, ଶୋଇବାକୁ ଭଲ ଭାବେ ଲକ୍ଷ୍ୟ କରନ୍ତୁ; ଯେପରି କୌଣସି ପ୍ରତିବନ୍ଧକ ସୃଷ୍ଟି ନହୁଏ ।
­-ଯୌତୁକ ସମ୍ବନ୍ଧୀୟ ପ୍ରଶ୍ନ ଆଦୌ ଉଠାନ୍ତୁ ନାହିଁ । ଘରର ଚାବି ଦେବାରେ ସଙ୍କୋଚ କରିବା ଠିକ୍ ନୁହେଁ । ବୋହୂଟି କେଉଁମାନଙ୍କ ସହ କଥା ହେବ, ନହେବ ଜଣାଇ ଦିଅନ୍ତୁ ।
­-ପୁଅ ବୋହୂ କଥା ହେଲେ କିମ୍ବା ହସଖୁସି ହେଲେ ମୁହଁ ଛିଞ୍ଚାଡନ୍ତୁ ନାହିଁ, ଓଲଟା ଖୁସି ହୁଅନ୍ତୁ । ସେମାନଙ୍କୁ ଖୁସି ମନାଇବା ପାଇଁ ବାହାରକୁ ପଠାନ୍ତୁ ।
­-ବୋହୂର କୌଣସି ଭୁଲ ଧରନ୍ତୁ ନାହିଁ । ବରଂ କିପରି ସୁଧାରି ହେବ ପରାମର୍ଶ ଦିଅନ୍ତୁ । ପରିବାରରେ ବୋହୂକୁ କିପରି ସମ୍ମାନ ଦେବାକୁ ହେବ ଶାଶୁ ସମସ୍ତଙ୍କୁ ବୁଝାନ୍ତୁ । ବୋହୂର କୌଣସି ବନ୍ଧୁବାନ୍ଧବ ଆସିଲେ, ତାଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତୁ ।
­-ବୋହୂଟି ଯଦି ରାଗି ହୋଇଥାଏ ବା ଯେକୌଣସି କଥାରେ ରାଗିଯାଉଥାଏ ଶାଶୁ ନରାଗି ଧୀରେ ଧୀରେ ବୁଝାନ୍ତୁ । ବାହାରେ କିମ୍ବା ଅନ୍ୟ କାହା ସାମ୍ନାରେ ବଦଗୁଣ ବଖାଣନ୍ତୁ ନାହିଁ ।
­-ବୋହୂକୁ ଘରର ନୀତି ନିୟମ ଏବଂ ପୂଜାପାର୍ୱଣ ଉପରେ ବୁଝାଇଦେବା ଉଚିତ ।
­-ବୋହୂ ଚାକିରି କରୁଥିଲେ ସାଧାରଣତଃ କାର୍ୟ୍ୟଭାର ବଢିଯାଇଥାଏ । ଏଣୁ ବୋହୂଟି ସକାଳୁ ସମସ୍ୟ କାମ କରି ଚାକିରି ଗଲାବେଳେ ଆପଣ ତାଙ୍କୁ ସହଯୋଗ କରନ୍ତୁ ।
­-ପିଲାମାନଙ୍କ ଖାଇବା, ପିଇବା, ସ୍କୁଲ ଯିବା ଭଳି କାମକୁ ମିଳିମିଶି କରିବାକୁ ଚେଷ୍ଟା କରନ୍ତୁ ।
­-ଝିଅର ଅସୁସ୍ଥତା ନେଇ ଯେପରି ବ୍ୟସ୍ତ ହୋଇ ସଜାଗ ହୁଅନ୍ତି ସେହିପରି ବୋହୂ ପାଇଁ ମଧ୍ୟ ବ୍ୟସ୍ତ ରୁହନ୍ତୁ । ଯାହା ଫଳରେ ସମ୍ପର୍କ ଭଲ ରହିବ ।
­-ବୋହୂ ଅଫିସରୁ ଫେରିନାହିଁ ବୋଲି କୌଣସି କାମ ନକରି ବସିବା ଅପେକ୍ଷା କେତେକ ଛୋଟ ଛୋଟ କାମ ଆପଣ କରିଦେଲେ ବୋହୂ ଖୁସି ହୋଇଥାଏ ।
­-ବୋହୂ ପାଇଁ ମଝିରେ ମଝିରେ ଉପହାର ଯେମିତିକି ନୂଆ ଲୁଗା, ନୂଆ ଗହଣା କିଣି ଦେଲେ ତାକୁ ଭଲ ଲାଗିବ ।

LEAVE A REPLY

Please enter your comment!
Please enter your name here