You are here
Home > ଲାଟେଷ୍ଟ > କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ

କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ

କଟକ: ଧଳସାମନ୍ତ ଭାଇ ଆଜି କୋର୍ଟରେ ହାଜର ହୋଇଛନ୍ତି । କଟକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଉଭୟ ଭାଇଙ୍କୁ ହାଜର କରାଯାଇଥିବା ସୂଚନା ମିଳିଛି । କିମିଶନରେଟ୍ ପୋଲିସ କଡା ସୁରକ୍ଷା ମଧରେ ଡି ବ୍ରଦର୍ସଙ୍କୁ କୋର୍ଟରେ ହାଜର କରିଛି । କଟକ ମାଲଗୋଦାମର ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ମାମଲାରେ ଡି-ବ୍ରସର୍ସଙ୍କ ସମ୍ପୃକ୍ତ ନେଇ କୋର୍ଟରେ ଶୁଣାଣି ହୋଇପାରେ । ସାର୍ପ ସୁଟର ଆରିକ ଖାଁ ମଧ୍ୟ କୋର୍ଟରେ ହାଜର ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଇଡି ସେମାନଙ୍କୁ ଅର୍ଥ ହେରଫେର ମାମଲାରେ ପଚରାଉଚରା କରିଥିଲା । ୨୦୧୬ ଜାନୁଆରୀ ୨୯ ତାରିଖରେ ସେମାନେ ଗିରଫ ହୋଇଥିଲେ । କମିଶନରେଟ୍ ପୋଲିସ ସେମାନଙ୍କଠାରୁ ୬ କୋଟି ଟଙ୍କାର ଅର୍ଥ ଜବତ କରିବା ସହ ମୋବାଇଲ, ଲାପଟପ୍ ଜବତ କରିଥିଲା ।

Loading...
ONA

Leave a Reply

Top