କୋଣାର୍କରେ ସ୍ଥାପତ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ ଅନ୍ତରାଷ୍ଟ୍ରୀୟ ମାନର କରିବାକୁ କେନ୍ଦ୍ରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର

1

ଭୁବନେଶ୍ୱର: କୋଣାର୍କରେ ଥିବା ରାଜ୍ୟ ସରକାରଙ୍କର ସ୍ଥାପତ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ ଏକ ଅନ୍ତରରାଷ୍ଟ୍ରୀୟ ସ୍ତରରେ ସ୍ଥାପତ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ କେନ୍ଦ୍ରରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ଏହି ସ୍ଥାପତ୍ୟ ପ୍ରଶିକ୍ଷଣ କେନ୍ଦ୍ରର ବିକାଶ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ ଏହି ପ୍ରକଳ୍ପ ସଫଳ ହେଲେ ପଥର କାରିଗରଙ୍କର କେବଳ
ଦକ୍ଷତାରେ ବୃଦ୍ଧି ଘଟିବ ନାହିଁ ବରଂ ଓଡିଶାର ପୁରାତନ ଐତିହ୍ୟ, ପଥରକଳା କ୍ଷେତ୍ରରେ ନୂଆ ପୀଢୀକୁ ଏହି ବୃତି ପ୍ରତି ଆକର୍ଷିତ କରିବ । ଓଡିଶାର ପଥରରେ କଥା କହିବା ଭଳି ସୁକ୍ଷ୍ମ କାରୁ କାର୍ଯ୍ୟର ନୈପୁଣ୍ୟତାକୁ ଏହି ଅନ୍ତରରଷ୍ଟ୍ରୀୟ ମାନର ଅନୁଷ୍ଠାନ ବିଲୁପ୍ତ ହେବାକୁ ନ ଦେଇ ଆଗକୁ ବଢାଇବାରେ ସଫଳ ହେବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ତୈଳ ନିଗମ କୋଣାର୍କର ଯାତ୍ରୀ ସୁବିଧା ପାଇଁ ଅର୍ଥ ବିନିଯୋଗ କରିଛି । ୟୁନେସ୍କୋ ମାନ୍ୟତା ପ୍ରାପ୍ତ ଏହି ପର୍ଯ୍ୟଟନ ସ୍ଥଳୀ ସ୍ଥାନୀୟ ଅଂଚଳର ଲୋକ ମାନଙ୍କ ପାଇଁ ଜୀବନ ଜୀବିକା ଓ ରୋଜଗାରର ପନ୍ଥା ଯୋଗାଇ ଆସୁଛି । ଅନ୍ତରରାଷ୍ଟ୍ରୀୟ ମାନର ପର୍ଯ୍ୟଟନ ସୁବିଧା ଯୋଗାଇ ଦିଆ ଯିବା ଦ୍ୱାରା ଏହି ପର୍ଯ୍ୟଟନ ସ୍ଥଳୀ ପ୍ରତି ଆହୁରି ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବେ ।
•ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର
•କୋଣାର୍କରେ ସ୍ଥାପତ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ ଅନ୍ତରାଷ୍ଟ୍ରୀୟ ମାନର ଅନୁଷ୍ଠାନରେ ପରିଣତ କରିବାକୁ କେନ୍ଦ୍ରୀୟ ସହଯୋଗ ପାଇଁ ପ୍ରସ୍ତାବ
• କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ
• ଏହି ପ୍ରକଳ୍ପ ସଫଳ ହେଲେ ପଥର କାରିଗରଙ୍କର କେବଳ ଦକ୍ଷତାରେ ବୃଦ୍ଧି ଘଟିବ,ଓଡିଶାର ପୁରାତନ ଐତିହ୍ୟ, ପଥରକଳା କ୍ଷେତ୍ରରେ ନୂଆ ପୀଢୀକୁ ଏହି ବୃତି ପ୍ରତି ଆକର୍ଷିତକରିବ
• ଓଡିଶାର ପଥରରେ କଥା କହିବା ଭଳି ସୁକ୍ଷ୍ମ କାରୁ କାର୍ଯ୍ୟର ନୈପୁଣ୍ୟତାକୁ ଏହି
•ଅନ୍ତରରାଷ୍ଟ୍ରୀୟ ମାନର ଅନୁଷ୍ଠାନ ବିଲୁପ୍ତ ହେବାକୁ ନ ଦେଇ ଆଗକୁ ବଢାଇବାରେ ସଫଳହେବ

ଓଡିଶାର ମନ୍ଦିର ସମୂହ ରାଜ୍ୟର ପୁରାତନ ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପ୍ରତିନିଧି ଓ ଓଡିଆ ସ୍ଥପତିଙ୍କ ପ୍ରତିଭାର ସୁକ୍ଷ୍ମ ପରିଚୟ । ସେହି ପରମ୍ପରାକୁ ଓଡିଶାର ଶିଳ୍ପୀକୂଳ ଏବେ ବି ବଂଚାଇ ରଖିଥିବା ବେଳେ ଆଧୁନିକ ଓ ସମୟ ଉପଯୋଗୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ସ୍ଥାପତ୍ୟ ପ୍ରଶିକ୍ଷଣ ଅନୁଷ୍ଠାନ ସଫଳ ହେଲେ ସ୍ଥାନୀୟ ଅଂଚଳ ଓ ଓଡିଶା ଲାଭବାନ ହେବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେ୍ଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here