କେବଳ ବଲିଉଡରୁ ନୁହେଁ ସାଇଡ ବିଜିନେସରୁ ମଧ୍ୟ ଆୟ କରନ୍ତି ଶହେ କୋଟି ଅଧିକା ଟଙ୍କା

https://www.facebook.com/nnsodia/videos/267154983995629/?t=5

ନବେ ଶତକର ଅଭିନେତା ସୁନୀଲ ସେଟ୍ଟୀ ବର୍ତ୍ତମାନ ବଲିଉଡରେ କମ୍ ଆସୁଥିବାର ଦେଖିବାକୁ ମିଳୁଛି । ମାତ୍ର ସାଇଡ ବିଜନେସରେ ଖୁବ ଉପରେ ଏହି କଳାକାର । ସାଇଡ ବିଜିନେସରୁ ସୁନୀଲ ବର୍ଷକୁ ପାଖାପାଖୀ ଶହେ କୋଟିରୁ ଅଧିକା ଟଙ୍କା ଆୟ କରନ୍ତି ।
ସେମିତି ଆଉ ଜଣେ ଅଭିନେତ୍ରୀ ହେଉଛନ୍ତି କରିସ୍ମା କପୁର । କରିସ୍ମା ଅନେକ ସୁପରହିଟ ଫିଲ୍ମ ଦର୍ଶଙ୍କୁ ଭେଟି ଦେଇଛନ୍ତି । ତେବେ ବର୍ତ୍ତମାନ କରିସ୍ମା ଇ-କର୍ମସ ପୋର୍ଟାଲ ବିଜିନେସ ଚଳାଉଛନ୍ତି ଯେଉଁଥିରେ କି ଶିଶୁ ଓ ମାମାନଙ୍କ ପ୍ରଯୁଜ୍ୟ ଜିନିଷ ବିକ୍ରି କରାଯାଏ ।
ଆଉ ଜଣେ ସୁପରହିଟ କଳାକାର ହେଉଛନ୍ତି ମିଥୁନ ଚକ୍ରବର୍ତୀ । ଯିଏକି ଫିଲ୍ମ ସହ ବିଜିନେସରେ ମଧ୍ୟ ଆଗୁଆ । ସିଏ ହସପିଟାଲାଟି ଏବଂ ଶିକ୍ଷା କ୍ଷେତ୍ରର ମୋନାର୍କ ଗ୍ରୁପ କମ୍ପାନୀ ଚଳାଉଛନ୍ତି । ଏଥିସହ ତାଙ୍କ ପାଖରେ ପୈପରାଜୀ ଫିଲ୍ମ ପ୍ରଡକ୍ସନ ହାଉସ ମଧ୍ୟ ଅଛି । ସେପରି ଆଉ ଜଣେ ହେଉଛନ୍ତି ବଲିଉଡ ହ୍ୟାଣ୍ଡସମ ହିରୋ ଅକ୍ଷୟ କୁମାର । ସେ ବର୍ଷକୁ ପାଖାପାଖି ତିନି ରୁ ଚାରୋଟି ଫିଲ୍ମ ଦର୍ଷକଙ୍କୁ ଭେଟି ଦିଅନ୍ତି । ହେଲେ ଆପଣ ଜାଣନ୍ତି କି ଅକ୍ଷୟ କୁମାର ଅଲହାଦ ବେଷ୍ଟ ଡିଲ ଟିଭି ନାମକ ଏକ ଅନଲାଇନ ସପିଙ୍ଗ ଚ୍ୟାନେଲ ସହ ନିଜର ହରି ଓମ ଏଣ୍ଟରଟେନମେଣ୍ଟ ମଧ୍ୟ ଅଛି । ଆକ୍ସନ ହିରୋ ଅଜୟ ଦେବଗନ ମଧ୍ୟ କିଛି କମ ନୁହଁନ୍ତି । ଫିଲ୍ମ ଛଡା ସେ ରାହା ଗ୍ରୁପର ସହଭାଗୀ ସହ ଦେବଗନ ଏଣ୍ଟରଟେନମେଣ୍ଟ ସଫ୍ଟୋୟାର ମଧ୍ୟ ମାଲିକ ।

ମତାମତ ଦିଅନ୍ତୁ

Please enter your comment!
Please enter your name here