କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓପନ ଏକ୍ରେଜ ଲାଇସେନ୍ସିଂ ପ୍ରୋଗ୍ରାମ ବିଡ ରାଉଣ୍ଡ- ୨ର କଲେ ଶୁଭାରମ୍ଭ

ନୂଆଦିଲ୍ଲୀ: ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଓପନ ଏକ୍ରେଜ ଲାଇସେନ୍ସିଂ ପ୍ରୋଗ୍ରାମ ବିଡ ରାଉଣ୍ଡ- ୨ର ଶୁଭାରମ୍ଭ କରିଛନ୍ତି । ଏହି ବିଡ ରାଉଣ୍ଡରେ ପାଖାପାଖି ୩୦ ହଜାର ବର୍ଗ କିମି କ୍ଷେତ୍ରର ୧୪ଟି ଇ ଏଣ୍ଡ ପି ବ୍ଲକକୁ ସାମିଲ କରା ଯାଇଛି । ଏହି ଅବସରରେ ଉଦବୋଧନ ଦେଇ ଦେଶର ଶକ୍ତି ଆବଶ୍ୟକତା ଦିନକୁ ଦିନ ବଢିବାରେ ଲାଗିଛି । ଦେଶର ଇନ୍ଧନ ଓ ପରିବହନ ଜନିତ ଇନ୍ଧନର ଆବଶ୍ୟକତା ପାଇଁ ବିଦେଶରୁ ଆମଦାନୀ ଉପରେ ନିର୍ଭର ହେବାକୁ ପଡୁଛି । ଇ ଏଣ୍ଡ ପି କ୍ଷେତ୍ର ଏକ ଆହ୍ୱାନ ହୋଇ ଆସିଛି । ସରକାର ଏହି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣି କିପରି ଅଧିକ ପୁଂଜିନିବେଶ ଓ ଘରୋଇ ଉତ୍ପାଦନ ଅଧିକ ହୋଇ ପାରିବ ସେ ଦିଗରେ ଧ୍ୟାନ ଦେଉଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଓପନ ଏକ୍ରେଜ ଲାଇସେନ୍ସିଂ ପ୍ରୋଗ୍ରାମ ବିଡ ରାଉଣ୍ଡ- ୧ର ୬୦ ହଜାର ବର୍ଗ କିମି ପାଇଁ ବିଡ ଆହ୍ୱାନ କରା ଯାଇଥିବା ବେଳେ ବିଡ ରାଉଣ୍ଡ- ୨ରେ ଆଉ ୩୦ ହଜାର ବର୍ଗ କିମି କ୍ଷେତ୍ର ପାଇଁ ବିଡ ଆହ୍ୱାନ କରା ଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ସରକାର ଅଧିକ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି । ଅଧିକ ଉତ୍ପାଦନ ପାଇଁ ସରକାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ସହ କଷ୍ଟକର କ୍ଷେତ୍ର ଗୁଡିକ ପାଇଁ ସ୍ୱତବ ପ୍ରୋତ୍ସାହନ ଦିଆ ଯିବ । ଏ ସମ୍ପର୍କ ିତ ନୀତି ନିର୍ଧାରଣ ବେଳେ ସମସ୍ତ ଅଂଶଧାରକ ମାନଙ୍କ ସହ ଆଲୋଚନା କରା ଯାଇଥିବା ବେଳେ ଏଥିରେ ପାରଦର୍ଶିତା ଅଣା ଯାଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକୁ ସେମାନଙ୍କ ଉତ୍ପାଦନ ବଢାଇବା ପାଇଁ ପ୍ରୋତ୍ସାହିତ କରା ଯିବା ସହ ସେମାନଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।