କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ଏଯାଏଁ ଦୋଷୀକୁ ନଧରିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ/ସେମିଳିଗୁଡ଼ା: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲ୍ଲା ସେମଳିଗୁଡ଼ା ତହସିଲସ୍ଥିତ କୁନ୍ଦୁଲି ଗ୍ରାମକୁ ଯାଇ କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି । ବହୁଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିବା ପରେ ମଧ୍ୟ ଦୋଷୀକୁ ନଧରିବା ନେଇ ଓଡ଼ିଶା ସରକାରଙ୍କୁ ଭତ୍ସନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି କୁନ୍ଦୁଲି ଗ୍ରାମରେ ଥିବା ପୀଡ଼ିତାଙ୍କ ପରିବାରକୁ ଯାଇ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ଏବଂ ବିଭିନ୍ନ କଥା ପଚାରି ବୁଝିଥିଲେ । ଧର୍ମେନ୍ଦ୍ର ଆଜି ପରିବାରକୁ ଭେଟିବାପରେ ଏଯାଏ ଦୋଷୀକୁ ଧରିବାରେ ସଫଳ ହୋଇନଥିବାରୁ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ପୀଡ଼ିତାଙ୍କ ପରିବାରବର୍ଗ ସିବିଆଇ ଜାଞ୍ଚ ହେବା ଚାହୁଁଥିଲେ ମଧ୍ୟ କଣ ପାଇଁ ସିବିଆଇକୁ ଏହି ମାମଲା ଦିଆଯାଉନାହିଁ । ଏହି ଘଟଣାର ୬ମାସ ବିତିଯାଇଥିଲେ ମଧ୍ୟ ଦୋଷୀକୁ ଧରିପାରୁନାହାନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here