You are here
Home > ଗସିପ ଖବର > କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡିତାର ଆତ୍ମହତ୍ୟାର ତଦନ୍ତ ଆରମ୍ଭ କଲା ବିଜେପି କେନ୍ଦ୍ରୀୟ ଟିମ

କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡିତାର ଆତ୍ମହତ୍ୟାର ତଦନ୍ତ ଆରମ୍ଭ କଲା ବିଜେପି କେନ୍ଦ୍ରୀୟ ଟିମ

କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାର ମୃତ୍ୟୁ ଘଟଣାର ସରଜମିନ ତଦନ୍ତ ପାଇଁ ବିଜେପି ଜାତୀୟ ଦଳ କୁନ୍ଦୁଲିରେ ପହଁଚିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରୀୟ ସମ୍ପାଦିକା ସୁଶ୍ରୀ ସରୋଜ ପାଣ୍ଡେଙ୍କ ନେତୃତ୍ୱରେ ଆଜି କୋରାପୁଟ ଜିଲ୍ଲାର କୁନ୍ଦୁଲି ଅଂଚଳ ଗସ୍ତ କରି ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ କରିବା ସହ ସାନ୍ତ୍ୱନା ଜଣାଇଛନ୍ତି ଏବଂ ପରିବାର ସହ ବିସ୍ତୃତ ଆଲୋଚନା କରିଛନ୍ତି କ୍ଷ ଏହି ପ୍ରତିନିଧି ଦଳରେ ରାଷ୍ଟ୍ରୀୟ ସମ୍ପାଦିକା ତଥା ସାଂସଦ ଜ୍ୟୋତି ଧ୍ରୁବେ, ଲୋକସଭା ସାଂସଦ ଅଞ୍ଜୁ ବାଳା, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ଏବଂ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ମଧ୍ୟ ଅଛନ୍ତି ।

Loading...
ONA

Leave a Reply

Top