କାଳବୈଶାଖୀ ଆଶଙ୍କା: ୧୧ ଜିଲ୍ଲାକୁ ସତର୍କବାଣୀ

1

ଭୁବନେଶ୍ୱର: ଆସନ୍ତା କିଛିଦିନ ଧରି ଓଡ଼ିଶାର ୧୧ଟି ଜିଲ୍ଲାରେ କାଳବୈଶାଖୀ ହେବାର ସତର୍କ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଏହି ଜିଲ୍ଲା ମାନଙ୍କରେ ମେଘୁଆ ପାଗ ରହିବା ସହିତ ପବନ ବହିବାର ସମ୍ଭାବନା ରହିଛି । ତେବେ ଆଜି କିଛିଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ କର୍ତ୍ତୃପକ୍ଷ । ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here