You are here
Home > ପଲିଟିକ୍ସ > କାଲି ସଜବାଜ, ୨୨ରେ ବିଜେଡିର ମହାନଦୀ ମହାସମ୍ମଳନୀ

କାଲି ସଜବାଜ, ୨୨ରେ ବିଜେଡିର ମହାନଦୀ ମହାସମ୍ମଳନୀ

ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ମହାନଦୀ ଆନ୍ଦୋଳନ ପାଇଁ ବିଜେଡିର ସଜବାଜ । ଟ୍ରିବ୍ୟୁନାଲ ଗଠନ ପରେ ପ୍ରସଙ୍ଗ, ଲୋକଙ୍କ ମନରୁ ଧୀରେ ଧୀରେ ଉଭେଇ ଯାଉଥିବା ବେଳେ ବିଜେଡି, ପୁଣି ଲୋକଙ୍କ ପାଖକୁ ଯିବାକୁ ଯୋଜନା କରିଛି । ଆସନ୍ତାକାଲି ଏନେଇ ରାଜ୍ୟର ମହାନଦୀ ଉପକୂଳରେ ଥିବା ୧୫ ଜିଲ୍ଲାର ଜିଲ୍ଲା ପ୍ରତିନିଧିଙ୍କୁ ପାର୍ଟି ଅଫିସକୁ ଡାକି ରଣନୀତି ପ୍ରସ୍ତୁତ କରିବ ଦଳ । ୨୨ରେ ଭୁବନେଶ୍ବରରେ ହେବ ସମ୍ମିଳନୀ । ସେପଟେ ୧୬ ତାରିଖରେ କୋଲକତାରେ ହେବାକୁ ଥିବା ଆନ୍ତରାଜ୍ୟ ବୈଠକକୁ ବି ଯିବ ଓଡ଼ିଶା । ମହାନଦୀ ପାଇଁ ବିଜେଡି ଏତେସବୁ ରଣନୀତି କରୁଥିବା ବେଳେ ବିରୋଧୀ କିନ୍ତୁ କହୁଛନ୍ତି ଏସବୁ କେବଳ ରାଜନୀତି ।
ମହାନଦୀ ରାଜନୀତିକୁ ଆଗକୁ ନେବାକୁ ବିଜେଡିର ସଜବାଜ । ମହାନଦୀ ପ୍ରସଙ୍ଗକୁ ଯେମିତି ଲୋକଙ୍କ ମନ ଭିତରେ ବଞ୍ଚାଇ ରଖିହେବ, ସେଥିପାଇଁ ବିଜେଡି ବ୍ୟସ୍ତ । ଆସନ୍ତାକାଲି ପାର୍ଟି ଅଫିସକୁ ଆସୁଛନ୍ତି, ମହାନଦୀ କୂଳରେ ଥିବା ରାଜ୍ୟର ୧୫ ଜିଲ୍ଲାର ପ୍ରତିନିଧି । ପୁଣି ୨୨ ତାରିଖରେ ସେହି ୧୫ ଜିଲ୍ଲାର ଦଳୀୟ ପ୍ରତିନିଧିଙ୍କୁ ନେଇ ରାଜଧାନୀରେ ସମ୍ମିଳନୀ କରିବ ଦଳ । ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଯେଉଁ ଟାଳଟୁଳ ନୀତି ଆପଣାଇଛନ୍ତି, ତାହା ଲୋକଙ୍କୁ ଜଣାଇବାକୁ ବିଜେଡି ଏତେସବୁ କରୁଛି ।
ବିଜେଡିର ଏସବୁ ଯୋଜନା, କେବଳ ରାଜନୀତି ବୋଲି ବିରୋଧୀ କହୁଛନ୍ତି । ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇ ସାରିଛି । କେନ୍ଦ୍ର ସରକାର ମଧ୍ୟ ଟ୍ରିବୁନାଲ୍ ଅଧ୍ୟକ୍ଷଙ୍କ ନିକଟକୁ ଟର୍ମସ୍ ଅଫ୍ ରେଫରେନ୍ସ ଫଠାଇ ସାରିଛନ୍ତି । ତେଣୁ ଏଭଳି ସ୍ଥିତିରେ ବିଜେଡି, କେବଳ ଲୋକଙ୍କୁ ବିଭ୍ରାନ୍ତ କରୁଛି ବୋଲି ବିରୋଧୀ କହିଛନ୍ତି । ସେପଟେ ଜଳବିବାଦ ସଂକ୍ରାନ୍ତ ସମସ୍ୟାର ସମାଧାନ ପାଇଁ ସୋମବାର କୋଲକାତାରେ ହେବାକୁ ଥିବା ଆନ୍ତଃରାଜ୍ୟ ବୈଠକରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ଜଳସମ୍ପଦ ବିଭାଗର ସଚିବ ଓ ଅନ୍ୟ ଅଧିକାରୀମାନେ ଯୋଗଦେବେ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଘୋଷଣା ହେବାପରେ, କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କୁ ଟର୍ମସ୍ ଅଫ ରେଫରେନ୍ସ ନଦେଇ, ସିଧା ଟ୍ରିବ୍ୟୁନାଲ ଅଧ୍ୟକ୍ଷକଙ୍କୁ ଦେଇଛନ୍ତି । ଯେଉଁଥି ପାଇଁ ବିଜେଡି ରକ୍ତ ଚାଉଳ ଚୋବାଉଛି ।

Loading...
ONA

Leave a Reply

Top