ଆଜିଠୁ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ

0
1

ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ।  ରାଜ୍ୟରେ ପୁଞ୍ଜି ନିବେଶ ନେଇ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଶିଳ୍ପାୟନ କ୍ଷେତ୍ରରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ହେଉଛି ମେକ୍‌ ଇନ୍ ଓଡ଼ିଶାର ଲକ୍ଷ୍ୟ। ଏଥିରୁ ପ୍ରାୟ ୧ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି ହେବାର ଆଶା ରଖିଛନ୍ତି ସରକାର। ଏହି ସମ୍ମିଳନୀକୁ ଆସନ୍ତାକାଲି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡିସେମ୍ବର ୧ରେ ଏଥିରେ ଯୋଗ ଦେବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ। ମେକ୍ ଇନ୍ ଓଡ଼ିଶାର ଫୋକସ୍‌ରେ ରହିଛି ମିନେରାଲ୍‌ ଓ ମେଟାଲ୍ ସେକ୍ଟର। ନନ୍-ମିନେରାଲ୍ ସେକ୍ଟରକୁ ମଧ୍ୟ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ତା’ଛଡ଼ା ଆଇଟି, ଇଲେକ୍‌ଟ୍ରୋନିକ୍ସ, କେମିକାଲ, ପେଟ୍ରୋକେମିକାଲ୍, ବାୟୋଟେକ୍ନୋଲୋଜି, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ୍, ଏମ୍‌ଏସ୍‌ଏମ୍‌ଇ, ସ୍ୱାସ୍ଥ୍ୟ ଓ ପର୍ୟ୍ୟଟନ କ୍ଷେତ୍ରରେ ବି ଗୁରୁତ୍ୱ ଦେଉଛନ୍ତି ସରକାର। ସମ୍ମିଳନୀରେ ୮ଟି ନୂଆ ପଲିସି ଉନ୍ମୋଚିତ ହେବ। ଏଥିରେ ଥିବା ପ୍ରୋତ୍ସାହନର ସୁବିଧା ନେଇ ନିବେଶକମାନଙ୍କୁ ଅବଗତ କରାଯିବ। ଏହି ସମ୍ମିଳନୀରେ ଯୋଗ ଦେବାକୁ ଥିବା ପ୍ରତିଷ୍ଠିତ କଂପାନୀର କର୍ତ୍ତୃପକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ୍‌-ଟୁ-ୱାନ୍‌ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ସମ୍ମିଳନୀରେ ପ୍ରାୟ ଏକ ହଜାର କଂପାନୀ ଅଂଶଗ୍ରହଣ କରିବେ। ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ, ଆଦିତ୍ୟ ବିର୍ଲା ଗ୍ରୁପ୍ ଚେୟାରମ୍ୟାନ୍ କୁମାର ମଙ୍ଗଳମ ବିର୍ଲା, ଏସ୍‌ବିଆଇ ଅଧ୍ୟକ୍ଷା ଅରୁନ୍ଧତି ଭଟ୍ଟାଚାର୍ୟ୍ୟ, ଜେଏସ୍‌ଡବ୍ଲ୍ୟୁ ଚେୟାରମ୍ୟାନ୍ ସଜ୍ଜନ ଜିନ୍ଦଲ, ଆଦାନୀ କଂପାନୀ ମୁଖ୍ୟ ଗୌତମ ଆଦାନୀଙ୍କ ସମେତ ଟାଟା ଷ୍ଟିଲ୍‌, ଇସ୍ରୋ, ହାଲ୍, ଆଇଓସିଏଲ୍‌ର କର୍ତ୍ତୃପକ୍ଷ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here