କାରରୁ ମିଳିଲା ସହକାରୀ ଯନ୍ତ୍ରୀଙ୍କ ମୃତଦେହ, ହତ୍ୟା ସନ୍ଦେହ

1

ଭୁବନେଶ୍ୱର: ବିଏମସି ସହକାରୀ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର । କାର ଭିତରୁ ମିଳିଥିବା ମୃତଦେହକୁ ନେଇ ଉପୁଜିଛି ସନ୍ଦେହ । ଗାଡିଟି ଦୁର୍ଘଟଣାଗସ୍ତ ହୋଇଥିବା ବେଳେ ସହକାରୀ ଯନ୍ତ୍ରୀଙ୍କ ଦେହରେ ନାହିଁ ଟିକେ ବି କ୍ଷତ । ଯାହାକି ସନ୍ଦେହକୁ ଆହୁରି ଦୃଢ଼ିଭୁତ କରୁଛି । ସେପଟେ ହାଟଆର୍ଟାକକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଏପରିସ୍ଥଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି ।

ରିପୋର୍ଟ ଆସିବା ପରେ ସତ କଣ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି । ମୃତ ସହକାରୀ ଯନ୍ତ୍ରୀଙ୍କ ନାଁ ମନୋଜ ମିଶ୍ର । ସେ ବିଏମସିରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । କୌଣସି ଏକ କାମରେ ସେ ନୟାଗଡ଼ ଯାଇ ଫେରୁଥିବା ବେଳେ ତାଙ୍କ କାରଟି ଦୁର୍ଘଟଣା ଗସ୍ତ ହୋଇଥିବା ଶୁଣିବାକୁ ମିଳୁଛି । ପିସିଆର ପହଞ୍ଚି ମନୋଜଙ୍କୁ ହସପିଟାଲ ନେଇଥିଲେ ମଧ୍ୟ ବହୁ ପୂର୍ବରୁ ତାଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ସୂଚନା ଦେଇଥିଲେ । ତେବେ ପୋଷ୍ଟମର୍ଟମ ରିପୋର୍ଟ ହିଁ ସତ କ’ଣ ପଦାକୁ ଆଣିବ ବୋଲି ଅପେକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here