କାନ୍ଦି ପକାଇଲେ ବିଧାୟକ…

0
1

ଭୁବନେଶ୍ୱର,: ଢ଼େରଦିନ ପରେ ଶେଷରେ ଗଣମାଧ୍ୟମକୁ ସାମ୍ନା କଲେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । କିଛି କହିବା ପୂର୍ବରୁ କ୍ୟାମେରା ଆଗରେ ପୂରା ଭାବବିହ୍ୱଳ ହୋଇପଡିଲେ । ଆଖି ଛଳଛଳ ହୋଇଗଲା ତାଙ୍କର । ଚକିିତ୍ସା ଲାଗି କଟକ ବଡ଼ମେଡିକାଲକୁ ଆଜି ଆସିଥିବା ବେଳେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତର ଦେବେ କ’ଣ ବରଂ ବିଧାୟକ ପ୍ରଭାତ ବିଶ୍ୱାଳ କାନ୍ଦି ପକାଇଥିଲେ ।

ପାଟିରୁ ବାହାରିଥିଲା ତାଙ୍କର ‘ମତେ ନିସ୍ତେଜ ଲାଗୁଛି’ । ଦେହରେ ନିଶାର ପ୍ରଭାବ ରହୁଛି । ମୋତେ ମିଛ କହି ଆସେନାହିଁ । ପେଟର ସିଟି ସ୍କାନ କରିବା ଲାଗି ପ୍ରଭାତ ବିଶ୍ୱାଳ ଆଜି କଟକ ବଡ଼ମେଡିକାଲକୁ ଆସିଥିଲେ । ତେବେ ଆଗ ଅପେକ୍ଷା ଯଦିଓ ତାଙ୍କ ଦେହ ଭଲ ଅଛି କିନ୍ତୁ ଅପରେସନ ବେଳେ ପେଟରେ ହୋଇଥିବା ଘା ଶୁଖୁନାହିଁ । ସେଥିରୁ ପୁଜ ବାହାରୁଥିବା କହିଛନ୍ତି ବିଧାୟକଙ୍କ ଭାଇ ଆର୍ତ୍ତତ୍ରାଣ ବିଶ୍ୱାଳ । କାହିଁକି ସେ ଘା’ ଶୁଖୁନାହିଁ ଓ ପୁଜ ହେଉଛି ଖାସ ସେଥିପାଇଁ ସ୍କାନ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ । ତେଣୁ ଭାଇଙ୍କୁ ଅଣାଯାଇଛି ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ଆର୍ତ୍ତତ୍ରାଣ ।

LEAVE A REPLY

Please enter your comment!
Please enter your name here