କାଉନସିଲରଙ୍କ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ସହ ୮ ଗିରଫ

1

ଛତ୍ରପୁର: ଛତ୍ରପୁର ଏନଏସି ବିଜେଡି କାଉନସିଲର ଲକ୍ଷ୍ମୀଦତ ପ୍ରଧାନଙ୍କୁ ହତ୍ୟା ମାମଲାରେ ଗଞ୍ଜାମ ପୋଲିସ ବଡ ସଫଳତା ପାଇଛି । ହତ୍ୟାକାଣ୍ଡରେ ଜଡିତ ମୁଖ୍ୟ ଅଭିଯୁକ୍ତଙ୍କ ସହ ୮ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଫଳରେ  ଖୁବଶୀଘ୍ର ହତ୍ୟା ପଛର ରହସ୍ୟ ସାର୍ବଜନୀନ ହେବ । ଗିରଫଦାରୀ ସମ୍ପର୍କରେ ଗଞ୍ଜାମ  ଏସପି ଆଶିଷ ସିଂ ସୂଚନା ଦେଇଛନ୍ତି ।
  କାଉସିଲରଙ୍କୁ ହତ୍ୟା କରାଯିବାର ସପ୍ତହକ ମଧରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ଭିତରେ ଓ ବାହାରେ ଖୋଜାଖୋଜି କରି ଏହି ଅଭିଯୁକ୍ତମାନଙ୍କୁ  ଗିରଫ କରାଯାଇଛି । ଲକ୍ଷ୍ମୀଦତ୍ତଙ୍କ ଘର ସାମ୍ନାରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାରକରି ପ୍ରଥମେ ଦୁଇ ଜଣଙ୍କୁ ପୋଲିସ୍ ଗିରଫ କରିଥିଲା । ଅଭିଯୁକ୍ତ ହେଲେ  ପ୍ରଭାତ କୁମାର ନାୟକ । ସୂଚନା ମୁତାବାକ କାଉନସିଲର ଲକ୍ଷ୍ମୀଦତ୍ତଙ୍କୁ ପ୍ରଭାତ କାଠଫାଳିଆରେ ଆକ୍ରମଣ କରିଥିଲେ । ଦ୍ୱିତୀୟ ଅଭିଯୁକ୍ତ ସୂର୍ଯ୍ୟକୁମାର ନାୟକ ଲୁହା ପାଇପରେ ନିସ୍ତୁକ ପିଟିଥିଲେ । ଅନ୍ୟତମ ଅଭିଯୁକ୍ତ ପ୍ରେମ କୁମାର ନାୟକ, ଇଶ୍ୱର ରେଡ୍ଡୀ, କୁନା ନାୟକ, ଜିତେନ୍ଦ୍ର କୁମାର ନାୟକ, ସୁଶୀଳ ନାୟକ ଓ ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଲକ୍ଷ୍ମୀଦତ୍ତଙ୍କୁ ହତ୍ୟା କରିବାରେ  ସହଯୋଗ କରିଥିଲେ  । ଇଶ୍ୱର ନାୟକ ନାମକ ଯୁବକ ଏହି ହତ୍ୟା ଘଟଣାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।  ଏହି ହତ୍ୟାକାଣ୍ଡ ପୂର୍ବରୁ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଏସପି ଏକ ସାମ୍ବାଦିକ  ସମ୍ମିଳନୀରେ ସୂଚନା ଦେଇଛନ୍ତି ।
  ଗତ ୧୬ ତାରିଖ ଦିନ ୧୦ରୁ ୧୨ ଜଣ ଦୁର୍ବୃତ୍ତ  ଲକ୍ଷ୍ମୀଦତ୍ତପ୍ରଧାନଙ୍କ ବାସ ଭବନକୁ ଆସି ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଲକ୍ଷ୍ମୀଦତ୍ତଙ୍କ ଭାଇ ତାଙ୍କ ପାଟିଶୁଣି ରକ୍ଷା କରିବାକୁ ଆସିଥିଲେ । ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରି କ୍ଷତବିକ୍ଷତ କରିପକାଇଥିଲେ । ଗୁରୁତର ଅବସ୍ଥାରେ ଲକ୍ଷ୍ମୀଦତ୍ତ ଓ ତାଙ୍କ ଭାଇକୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଭର୍ତ୍ତି କରାଯାଇଥିଲା । ଭର୍ତ୍ତି ହେବାର କିଛି ପରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଙ୍କ ମୃତୁ୍ୟ  ହୋଇଥିଲା । ତାଙ୍କ ଭାଇ ଗୁରୁତର  ଆହତ ହୋଇଥିଲେ ।  ସୂଚନାଥାଉକି, ମୃତ ଲକ୍ଷ୍ମୀ ପ୍ରଧାନ ଛାତ୍ର ବିଜେଡିର ସଭାପତି ଥିଲେ । ତେବେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here