କହୁ କହୁ ସରକାରଙ୍କ ଗୁମର କହିଦେଲେ ସୌମ୍ୟ , କଣ କହିଲେ ସେ ….

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ଓଡ଼ିଶାରେ କେତେଜଜନ ଚାଲିଛି ତାହା ମୁଖ୍ୟ ଶାସନ ସଚିବଙ୍କୁ ଜଣାନଥିବ ବୋଲି ଅନ୍ୟ କେହିନୁହେ ଖୋଦ ବିଜେଡିର ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି | ଖୋର୍ଦ୍ଧାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମତ ସେ ରଖିଛନ୍ତି | ଯାହାକୁ ନେଇ ଚର୍ଚା ହେଉଛି | ସୌମ୍ୟ ରଞ୍ଜନଙ୍କ ମୁହଁ ରେ ଏଭଳି କଥା ଆଉ ଏଥିରେ ନିଜ ସରକାରଙ୍କ ଗୁମର ଲୋକଙ୍କ ଆଗରେ ଖୋଲି କହିବା ସମସ୍ତଙ୍କୁ ଚକିତ କରିଛି |
ଶିକ୍ଷକ ନେତା ସ୍ୱଗର୍ତ ଅବନୀ ବରାଳଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ ଅବନୀ ବାବୁ ଶିକ୍ଷକ ସମାଜକୁ ଓଡ଼ିଶାରେ ସଂଗଠିତ କରିବା ପାଇଁ ଯେଉଁ ପ୍ରକାର ଉଦ୍ୟମ କରିଥିଲେ, ତାହା ଆଜିକାଲିର ଶିକ୍ଷକ ସମାଜ ହୁଏତ ବୁଝି ପାରିବନାହିଁ |ଆଜିକାଲିର ଶିକ୍ଷକ ସମାଜ ଏତେ ପରିମାଣରେ ବିଭକ୍ତ ହୋଇଯାଇଛନ୍ତି ଯେ ଆମେ ସମସ୍ତେ ଜାଣୁନା ଓଡ଼ିଶାରେ କେତେ ରକମର ଶିକ୍ଷକ ଅଛନ୍ତି | ଓଡ଼ିଶାରେ କଟା ରକମର ଯୋଜନା ଅଛି କେହି କହିପାରିବେନାହିଁ | ଆମ ମୁଖ୍ୟ ଶାସନ ସଚିବଙ୍କୁ ପରୀକ୍ଷା କଲେ କହିପାରିବେନି ତାଙ୍କ ସରକାର କଟା ରକମର ଯୋଜନା କରିଛି |ଶକ୍ଷକମାନେ କହି ପାରିବେନି ଓଡ଼ିଶାରେ କେତେ ରକମର ଶିକ୍ଷକ ଅଛନ୍ତି |
ମଂଚରେ ଏକଥା କହିବାପରେ ତଳକୁ ଆସି ସାମ୍ବାଦିକମାନେ ପଚାରିବାରୁ ପାଲଟା ଦୋଷ ଲଦିଥିଲେ | ସେ କହିଥିଲେ ସାମ୍ବାଦିକମାନେ କଥା କଦର୍ଥ କରି ନୁଜ କରିବାକୁ ବ୍ୟସ୍ଥ ବୋଲି କହିଥିଲେ |ସବୁ ଯୋଜନା କାର୍ଯ୍ୟକାରୀ ପାଇଁ ଆମକୁ ସଚେତନ ହେବାକୁ ପଡିବ ବୋଲି ସେ କହି କଥାର ମୋଡ଼ ବଦଳାଇବାକୁ ଉଦ୍ୟମ କରିଥିଲେ |

ମତାମତ ଦିଅନ୍ତୁ

Please enter your comment!
Please enter your name here