କଲେଜ ଛାତ୍ରଙ୍କୁ ଛୁରାମାଡରେ ଛାତ୍ରୀ ଗୁରୁତର ଆହତ, ଅଭିଯୁକ୍ତ ଛାତ୍ର ଫେରାର

https://www.facebook.com/nnsodia/videos/267154983995629/?t=5

କଟକ, କଟକ ଜିଲ୍ଲା ଅନ୍ତର୍ଗତ ଅଡଶପୁରରେ ଏକ ମମନ୍ତୁଦ ଘଟଣା ଘଟିଛି । ଜଣେ କଲେଜ ଛାତ୍ର ନିଜରି ସହପାଠିନୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ସୁଚନାରୁ ପ୍ରକାଶ, ଅଡଶପୁରର ଉଦୟନାଥ ସ୍ୱୟଂଶାସିତ କଲେଜରେ ଜଣେ ଛାତ୍ରୀକୁ ଉକ୍ତ କଲେଜର ଜଣେ ଛାତ୍ର ମଝି ରାସ୍ତାରେ ଛୁରାମାଡ କରିଛନ୍ତି । ଛୁରା ମାଡ କରିବା ପରେ ଛାତ୍ର ଜଣଙ୍କ ଚମ୍ପଟ ହୋଇଯାଇଛନ୍ତି । ଆହତ ଛାତ୍ରୀଙ୍କ ଅଣ୍ଟା ଓ ଗୋଡରେ ଜୋରରେ ଆଘାତ ଲାଗିଛି । ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ ଯାଏଁ ଛୁରା ମାଡ ପଛର କାରଣ ଅସ୍ପଷ୍ଟ ରହିଛି, ପୋଲିସ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତନାଘନା ଚାଲୁ ରଖିଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here