କର୍ଣ୍ଣାଟକ ନିର୍ବାଚନ: ବିଜେପିର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ବିଜେପି ତା’ର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଗତ ଏପ୍ରିଲ ୮ ତାରିଖ ଦିନ ବିଜେପି ପ୍ରଥମ ପର୍ଯ୍ୟାୟରେ ୭୨ଜଣ ଦଳୀୟ ପ୍ରାର୍ଥୀପତ୍ର ଘୋଷଣା କରିଥିଲା ।

ଆଜି ନୂଆଦିଲ୍ଲୀଠାରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚୂଡ଼ାନ୍ତ ପ୍ରାର୍ଥୀପତ୍ର ତାଲିକା ଘୋଷିତ କରିଛି । ଏନେଇ କର୍ଣ୍ଣାଟକ ବିଜେପି ଶିବିରରେ ଉତ୍ସାହ ଦେଖାଯାଇଛି ।

କର୍ଣ୍ଣାଟକରେ ଆସନ୍ତା ମେ ୧୨ ତାରିଖରେ ନିର୍ବାଚନ ହୋଇ ମେ ୧୫ ତାରିଖରେ ଫଳାଫଳ ଘୋଷିତ ହେବ । ତେବେ କଂଗ୍ରେସ ଶାସିତ ଏହି ଦକ୍ଷୀଣଭାରତୀୟ ରାଜ୍ୟରେ ବିଜେପି ପୁନର୍ବାର କ୍ଷମତା ହାସଲ କରିବାକୁ ପ୍ରଚେଷ୍ଟା କରୁଛି । ଦଳପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦିୟୁରାପ୍ପାଙ୍କୁ ଶିକାରୀପୁରା ଆସନରୁ ଟିକଟ ଦିଆଯାଇଛି । ସେ ବିଜେପିର ଆଶାୟୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ଆଗରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here