କମୁଛି କୋଏଲ ପାଣି

0
1

ରାଉରକେଲା : ବ୍ରାହ୍ମଣୀର ଉପନଦୀ କୋଏଲର ଜଳସ୍ତର କମୁଛି । ଗତବର୍ଷ ତୁଳନାରେ ଏ ବର୍ଷ ଗ୍ରୀଷ୍ମରେ ଇସ୍ପାତ ସହର ରାଉରକେଲାରେ ଜଳ ସଙ୍କଟ ଉକôଟ ହେବ ବୋଲି ଦୁଇମାସ ପୂର୍ବରୁ ସାଧାରଣରେ ପ୍ରକାଶ ପାଇଥିଲା । ତାହା ସତ ହେବାକୁ ଯାଉଛି । ଫେବୃଆରୀ ଆରମ୍ଭରୁ କୋଏଲ ନଦୀର ଜଳସ୍ତର ଉଦ୍ବେେଗଜନକ ଭାବେ କମିଲାଣି । ଏହାକୁ ଦୃଷ୍ଟିରେ ରଖି ରାଉରକେଲା ଇସ୍ପାତ କାରଖାନା (ଆରଏସପି) କର୍ତ୍ତୃପକ୍ଷ ଆସନ୍ତା ୧୦ ରୁ ୧୫ ତାରିଖ ଓ ମାର୍ଚ୍ଚ ପହିଲାରୁ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଜଳ ଯୋଗାଣ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁସାରେ ଉପରୋକ୍ତ ୧୨ ଦିନ ପାଇଁ ଟାଉନସିପ୍କୁ ଗୋଟିଏ ଓଳି ପାଣି ଯୋଗାଯିବ । ଯଦି ତାହା ବିଶେଷ ସମସ୍ୟା ସୃଷ୍ଟି ନ କରେ ତେବେ ଆଗାମୀ ଗ୍ରୀଷ୍ମରେ ପୂର୍ବବର୍ଷ ଭଳି ସହରବାସୀ ଗୋଟିଏ ଓଳି ପାଣି ପାଇବେ । ଚଳିତ ଫେବୃଆରୀ ପ୍ରଥମ ସପ୍ତାହରେ ରେକର୍ଡ କରାଯାଇଥିବା କୋଏଲ ନଦୀର ଜଳ ପତ୍ତନ ପୂର୍ବବର୍ଷ ତୁଳନାରେ ୩ ଫୁଟ୍ କମିଛି । ଏ ବର୍ଷ ଫେବୃଆରୀ ପହିଲାରେ କୋଏଲର ଜଳସ୍ତର ୧.୫୪୦ ମିଟର ଥିବାବେଳେ ୨ ତାରିଖରେ ତାହା ୧.୫୩୦ ମିଟରକୁ ଖସିଥିଲା । ସେହିଭଳି ୩ ତାରିଖରେ ଜଳସ୍ତର ୧.୨୫୨୦ ମିଟର ଥିବାବେଳେ ୫ ତାରିଖରେ ୧.୫୧୦ ମି. ୬ ତାରିଖରେ ୧.୪୯୦ ମି. , ୭ ତାରିଖରେ ୧.୪୮୦ ମି., ଓ ୮ ତାରିଖରେ ୧.୪୮୦ ମିଟରରେ ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି । ୨୦୧୬ ଫେବୃଆରୀ ପହିଲାରୁ ୮ ତାରିଖ ମଧ୍ୟରେ କୋଏଲ ଜଳ ସ୍ତର ଯଥାକ୍ରମେ ୧.୬୦୦ମି., ୧.୫୯୦ ମି., ୧.୫୯୦ ମି., ୧.୫୮୦ ମି., ୧.୫୭୦ମି., ୧.୫୭୦ ମିଟର ଥିଲା  । ସମାନୁପାତିକ ଭାବେ ବ୍ରାହ୍ମଣୀ ନଦୀର ଜଳସ୍ତର ମଧ୍ୟ କମିଛି  । ତେଣୁ ବ୍ରାହ୍ମଣୀର ନିମ୍ନ ଅବବାହିକାରେ ମଧ୍ୟ ଜଳସଂକଟ ଦେଖାଦେବା ଆଶଙ୍କାକୁ ଏଡ଼ଇ ଦିଆଯାଇ ନ ପାରେ । ଗତ ବର୍ଷ କୋଏଲ ନଦୀ ଶର୍ଯ୍ୟା ବସ୍ତୁତଃ ଶୁଷ୍କ ହେବାରୁ ରାଉରକେଲା ସହରରେ ଜଳ ସମସ୍ୟା ଉକôଟ ହୋଇଥିଲା । ତେଣୁ ଆରଏସପି ଟାଉନସିପ୍ରେ ରହୁଥିବା କର୍ମଚାରୀମାନେ ସେମାନଙ୍କ ପରିବାରକୁ ଗାଁକୁ ପଠାଇବାକୁ ବାଧ୍ୟ ହୋଇଥିଲେ । କାର୍ରେ, ବାଇକ୍ରେ ପାଣି ବୋହିବା ସହିତ ପାଣି କିଣିବା ଭଳି ଦୁର୍ଦ୍ଦିନ ଦେଖିଥିଲେ ଶିଳ୍ପାଞ୍ଚଳବାସୀ । ଗତବର୍ଷ ତୁଳନାରେ ଏଥର କୋଏଲ ଜଳସ୍ତର ଦ୍ରୁତ ହ୍ରାସ ପାଉଥିବାରୁ ଏଥର ଜଳସଂକଟ ଆହୁରି ଉକôଟ ହେବା ଆଶଙ୍କା ଏବେଠୁ ଘନୀଭୁତ ହେଲାଣି । ରାଉରକେଲା ସହରରେ ଜଳ ସଂକଟର ସ୍ଥାୟୀ ସମାଧାନା ଲାଗି ଖୋଦ୍ ମୁଖ୍ୟମନ୍ତ୍ରୀ ୨୦୧୩ ଜୁଲାଇ ୯ରେ ଝିରପାଣିଠାରେ କୋଏଲ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ସେତେବେଳେ ଏହାର ଆକଳନ ଥିଲା ୨୫୬ କୋଟି ଟଙ୍କା । ପ୍ରାୟ ୩ ବର୍ଷ ୩ ମାସ ପରେ ସେହି ପ୍ରକଳ୍ପକୁ ତାଙ୍କ ସରକାର ୨୦୧୬ ଅକ୍ଟୋବରେ ବାତିଲ କରି ମାତ୍ର ୧୩୦ କୋଟି ଟଙ୍କା ବ୍ୟୟରେ ଏକ ଆଡ଼ିବନ୍ଧ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରସ୍ତାବିତ ଆଡ଼ିବନ୍ଧର ନକ୍ସା ଓ ଆକଳନ ଏ ଯାବତ ଚୂଡ଼ାନ୍ତ ହୋଇ ନଥିବାରୁ ଆଗାମୀ ଗ୍ରୀଷ୍ମ ଋତୁ ପୂର୍ବରୁ ତାହାର ନିର୍ମାଣ ଆରମ୍ଭ ହେବା ସମ୍ଭାବନା ମଧ୍ୟ କ୍ଷୀଣ । ତେବେ ସମ୍ଭାବ୍ୟ ଜଳ ସଂକଟର ମୁକାବିଲା ପାଇଁ ଆରଏସପି ଇତିମଧ୍ୟରେ ଉଦ୍ୟମ ଆରମ୍ଭ କରିଛି । କୋଏଲ ନଦୀରୁ ଅଧିକ ଜଳ ଉଠାଣ ପାଇଁ ଆରଏସପି ପକ୍ଷରୁ ୩ କୋଟି ବ୍ୟୟରେ ବୃଷ୍ଟରୁ ପମ୍ପ ହାଉସ ନିର୍ମାଣ ଆରମ୍ଭ ହୋଇଛି । ଯଦି କୋଏଲରୁ ଆବଶ୍ୟକ ପାଣି ଚାହିଦା ନମେଣ୍ଟେ ତେବେ ତରକେରାଠାରେ ବ୍ରାହ୍ମଣୀ ନଦୀରୁ ପାଣି ଉଠାଇବାକୁ ଯୋଜନା ରଖିଛି ଆରଏସପି । ତେବେ ପେବୃଆରୀରୁ ଜଳ ଯୋଗାଣରେ ପରୀକ୍ଷାମୂଳକ କଟକଣା ଲାଗୁ କରାଯାଇଥିବାରୁ ଗ୍ରୀଷ୍ମ ଋତୁରେ ତାହା ବଳବତ୍ତର ରହିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here