କମିଛି ମୃତୁ୍ୟ ହାର, ବଢ଼ିଛି ସିଟି ସଂଖ୍ୟା: ସ୍ୱାସ୍ଥ୍ୟମନ୍ତ୍ରୀ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବିଜୁ ଜନତା ଦଳ ସରକାରକୁ ପୁରିଛି ଚତୁର୍ଥ ପାଳିର ତୃତୀୟ ବର୍ଷ । ଆଜିଠାରୁ ସରକାରଙ୍କ ସଫଳତାକୁ ୧୦ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିଜ ବିଭାଗର ହିସାବ ଦେଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମ୍ମିଳନୀ ପ୍ରକୋଷ୍ଠ ଠାରେ ଆୟୋଜିତ ପ୍ରେସମିଟ୍କୁ ସମ୍ବୋଧିତ କରି ନୂଆ ଦାୟିତ୍ୱ ନେଇଥିବା ମନ୍ତ୍ରୀ ପ୍ରତାପ ଜେନା ନିଜ ବିଭାଗ ସମ୍ପର୍କରେ ତଥ୍ୟ ରଖିଛନ୍ତି । ବାରିପଦା ଓ କୋରାପୁଟ ଠାରେ ଚଳିତ ଶିକ୍ଷା ବର୍ଷଠାରୁ ଡାକ୍ତରୀ ପାଠ ପଢ଼ା ଯାଉଥିବା ନେଇ ସରକାରଙ୍କ ସଫଳତା ବଖାଣି ଥିଲେ । ଜେନା କହିଲେ ଯେ ୩ ବର୍ଷ ଭିତରେ ଡାକ୍ତରୀ ସିଟ୍ ସଂଖ୍ୟା ୪୫୦ରୁ ୮୫୦କୁ ବୃଦ୍ଧି କରାଯିବା ଦିଗରେ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ନେଇ ସଫଳ ହୋଇଛନ୍ତି । ପିଜି ସିଟ ସଂଖ୍ୟା ମଧ୍ୟ ବଢ଼ିଛି । ସରକାରୀ ହସ୍ପିଟାଲ ଗୁଡିକରେ ଗୁଡିକରେ ମାଗଣାରେ ସମସ୍ତ ରୋଗୀଙ୍କୁ ଔଷଧ ଯୋଗାଇବା ପାଇଁ ରାଜ୍ୟ ସରକାର ନିରାମୟ ଯୋଜନା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ପାଇଁ ଏଥିରେ ୨୫୦ କୋଟି ଟଙ୍କାର ବଜେଟ୍ ପ୍ରାବଧାନ ରହିଛି । ନିରାମୟ ଯୋଜନାରେ ୧ କୋଟି ୩୩ ଲକ୍ଷ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ଜେନା କହିଛନ୍ତି ।
ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୯୨ଟି ୧୦୮ ଆମ୍ବୁଲାନ୍ସ କିଣିବାର ନିଷ୍ପତ୍ତି ନେଇଛନ୍ତି ଓ ରାଜ୍ୟରେ ଡାକ୍ତର-ରୋଗୀଙ୍କ ବ୍ୟବଧାନ ସଙ୍କୁଚିତ କରିବା ପାଇଁ ଅତି ଶୀଘ୍ର ୮୩୭ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇ: ନିଷ୍ପତ୍ତି ନେଇଛନ୍ତି । କ୍ୟାନ୍ସର ରୋଗୀମାନଙ୍କୁ ସହାୟତା ପ୍ରଦାନ ପାଇଁ ୧୫ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମୋ ଥେରାପି ଦିଆଯିବାର ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ରିଫ୍ରେସମେଣ୍ଟ ଦେୟ ୨୫ରୁ ୬୦ ଟଙ୍କାକୁ ବୃଦ୍ଧି କରାଯାଇଛି । ରକ୍ତ ସଂଗ୍ରହ ପରିମାଣ ବୃଦ୍ଧି ପାଇଁ ସ୍ୱତନ୍ତ୍ର ବ୍ଲଡ ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ସୂଚିତ ସମୟ ମଧରେ ରାଜ୍ୟରେ ୧୨.୬ ଲକ୍ଷ ୟୁନିଟ୍ ରକ୍ତ ଯୋଗାଡ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନ ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଫଳତା କାହାଣୀ ଉପସ୍ଥାପନା କରିବା ପରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ହିସାବ ଉପସ୍ଥାପିତ କରାଯାଇଛି । ଆସନ୍ତାକାଲି କୃଷି ଓ କୃଷକ ମତ୍ସ୍ୟ ଓ ପଶୁ ସମ୍ପଦ ପ୍ରଗତିର ଚିତ୍ର ରାଜ୍ୟବାସୀଙ୍କ ଠାରେ ପ୍ରେସ ଜରିଆରେ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here