କଟକ :ଅବକାରୀ ଫ୍ଲାଇଂ ସ୍କ୍ଵାଡ ଚଢଉ ୨୨ ଲକ୍ଷ ଟଙ୍କାର ଭାଙ୍ଗ, ଗଂଜେଇ ଜବତ,୨ ଗିରଫ

0
1

କଟକ : ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ଵାଡ ପିପିଲି ଅଞ୍ଚଳରେ ଚଢଉ କରି ୨୨ ଲକ୍ଷ ଟଙ୍କାର ଅବକାରୀ ସାମଗ୍ରୀ ଜବତ କରିଛି । ସ୍କ୍ଵାଡ ପକ୍ଷରୁ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ବ୍ରହ୍ମପୁର ଅଞ୍ଚଳରେ ଥିବା ଏକ ଗୋଦାମ ଉପରେ ଚଢଉ କରାଯାଇଥିଲା। ଚଢଉ ସମୟରେ ଶହେଟି ବସ୍ତାରେ ଥିବା ୪ ହଜାର କିଲୋ ଭାଙ୍ଗ ଏବଂ ୪୦ କିଲୋ ଗଂଜେଇ ଜବତ କରାଯାଇଥିଲା। ଜବତ ଅବକାରୀ ସାମଗ୍ରୀର ମୂଲ୍ୟ ୨୨ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ସୁଦର୍ଶନ ନନ୍ଦ(୨୬) ଓ ସ୍ମତି ରଞ୍ଜନ ପାଣି(୨୫)ଙ୍କୁ ଗିରଫ କରାଯାଇଥିବା ବେଳେ କାରବାରର ମୁଖ୍ୟ କୁହାଯାଉଥିବା ସୁଦର୍ଶନର ବାପା ସୁର କିନ୍ତୁ ଫେରାର ହୋଇଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କଟକ ସିଡିଏ ସ୍ଥିତ କାର୍ୟ୍ୟାଳୟକୁ ଅଣାଯାଇ ଜେରା କରାଯିବା ପରେ ପୁରୀ କୋର୍ଟକୁ ଚାଲାଣ କରାଯାଇଥିଲା ।  ସ୍କ୍ଵାଡର ମୁଖ୍ୟ ହରିଶ୍ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ପ୍ରାୟ ୨୫ ଜଣ କର୍ମଚାରୀ ଗତକାଲି ରାତି ପ୍ରାୟ ୨ଟାରେ କଟକରୁ ବାହାରିଥିଲେ। ଭୋର ପ୍ରାୟ ସାଢେ ୪ଟା ବେଳେ ସୁରଙ୍କ ଘର ଓ ଗୋଦାମକୁ କବଜା କରି ସୁରଙ୍କ ଘର ଭିତରୁ ତାଙ୍କ ପୁଅ ସୁଦର୍ଶନ ନନ୍ଦ ଏବଂ ତାଙ୍କ ସମ୍ପର୍କୀୟ ସ୍ମତି ରଞ୍ଜନ ପାଣିଙ୍କୁ ଉଠାଇ ନେଇଥିଲେ। କିନ୍ତୁ ସେଠାରେ ସୁରଙ୍କ ପତ୍ତା ମିଳିନଥିବା ବେଳେ ଗୋଦାମ ଘର ଚଢଉ ବେଳେ ୪ ହଜାର କିଲୋ ଓଜନର ୧୦୦ ବସ୍ତା ଭାଂଗ ଜବତ କରାଯାଇଥିଲା। ତାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ସେହିପରି ୪୦ କେଜି ଓଜନର ୨ ବସ୍ତା ଗଂଜେଇ ଜବତ ହୋଇଥିଲା। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କା। ଅବକାରୀ କମିଶନର ପ୍ରଶାନ୍ତ କୁମାର ସେନାପତିଙ୍କ ନିର୍ଦ୍ଦେଶରେ ଡିଏସ୍‌ପି ହରିଶ୍ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ରମେନ୍ଦ୍ର ନାରାୟଣ ନାୟକ, କମଳ ଲୋଚନ ପାଇକରାୟ, ହିତାଂଶୁ ଶେଖର ମଲ୍ଲିକ, ଦିବ୍ୟସ୍ମିତା ବାରିକଙ୍କ ସମେତ ୨୦ରୁ ଅଧିକ କର୍ମଚାରୀ ଚଢଉରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here