କଂଗ୍ରେସ ବନ୍ଦ ଡାକରା : ତୈଳ ବୃଦ୍ଧି ପ୍ରତିବାଦକୁ ସର୍ମଥନ କିନ୍ତୁ ବନ୍ଦ ଡାକରାକୁ ନୁହେଁ – ସମୀର ଦାସ

ତୈଳ ବୃଦ୍ଧିଲାଗି ଆସନ୍ତାକାଲି କଂଗ୍ରେସ ଭାରତ ବନ୍ଦ ଡାକରାକୁ ବିଜେଡି ସର୍ମଥନ କରୁନଥିବା ବିଜେଡି ତଥା ସିପିଆଇ ନେତା ସମୀର ଦାସ କହୁଛନ୍ତି ତୈଳ ବୃଦ୍ଧିକୁ ଆମେ ପ୍ରତିବାଦକୁ ସର୍ମଥନ କରୁଛୁ । କିନ୍ତୁ ଭାରତ ବନ୍ଦକୁ ସର୍ମଥନକୁ ଆମେ ସର୍ମଥନ କରୁନାହିଁ । ତେବେ ବିଧାନସଭା ବନ୍ଦ ଲାଗି ସେମାନେ ଆହ୍ୱାନ କରିଛିନ୍ତି ଦିନ ୩ଟା ଯାଏ କିନ୍ତୁ ଏହା ବନ୍ଦ ହେବକି ନାହିଁ ତାହା ବାଚସ୍ପତିଙ୍କ ଉପରେ ନିର୍ଭର କରେ । ତୈଳବୃଦ୍ଧିକୁ ନେଇ ଆମେ ଲୋକଙ୍କୁ ସଚେତନ କରୁଛୁ । କୌଣସି ବନ୍ଦ ଡାକରା କରିନୁ । କେବଳ ଦୁଇଦିନ ବିିକ୍ଷୋଭ କରୁଛୁ ପେଟ୍ରୋଲ ଟାଙ୍କି ସମ୍ମୁଖରେ । ତେଣୁ ଆମର ବନ୍ଦକୁ ସର୍ମଥନ ନାହିଁ । ଏଥିସହିତ ଆମର ବିଜେପି ସହ କୌଣସି ବୁଝାମଣା ନାହିଁ । ବିଜେପି କହୁଛି ବିଜେଡି ସହ, କଂଗ୍ରେସ କହୁଛି ବିଜେପି ସହିତ , ଆମର ଯଦି ବୁଝାମଣା ଅଛି କେବଳ ଓଡିଶା ଲୋକଙ୍କ ସହିତ ବୁଣାମଣା । ସ୍ୱାର୍ଥ ସହିତ ବୁଣାମଣା । ଏନଡିଏ ଯେତେବେଳେ ଓଡିଶା ସ୍ୱାର୍ଥ ବିରୋଧରେ କହିଛି ତାକୁ ଆମେ ତାକୁ ବିରୋଧ କରିଛୁ । ଆଉ ଯେତେବେଳେ ଭଲ କଥା କହିଛି ଆମେ ତାକୁ ସର୍ମଥନ କରିଛି ବୋଲି ଆଜି ଶ୍ରୀ ଦାସ ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here