ଓଡ଼ିଆ ବନବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋଦିଙ୍କ ଶୁଭେଚ୍ଛା

1

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଆଜି ମଧ୍ୟ ଓଡ଼ିଆ ନବବର୍ଷ । ଏଣୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ହେଉଛି ଏକ ପବିତ୍ର ଦିନ । ଏଭଳି ଏକ ପବିତ୍ର ଦିନରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି । ସେ ଟ୍ୱିଟ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  । ଇଂରାଜୀ  ସହିତ ଓଡିଆ ଭାଷାରେ ମଧ୍ୟ ଏହି ଶୁଭେଚ୍ଛା ବାର୍ତ୍ତା ଲେଖିଛନ୍ତି । ଟ୍ୱିଟରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପ୍ରିୟ ଓଡ଼ିଶାବାସୀଙ୍କୁ ମୋର ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ । ନବବର୍ଷରେ ଆପଣମାନଙ୍କ ସକଳ ଆଶା ଓ ଅଭିଳାଷ ପୂରଣ ହେଉ ବୋଲି ମୋର ଶୁଭକାମନା  ।

LEAVE A REPLY

Please enter your comment!
Please enter your name here