ଓଲଟିଲା ଭ୍ୟାନ…୧୯ ଯବାନ ଆହତ

1

ଭୁବନେଶ୍ୱର: ଶ୍ରୀନଗର ବେମିନ ଅଞ୍ଚଳରେ ସେନା ଗାଡି ଦୁର୍ଘଟଣା ଗସ୍ତ ହୋଇଛି । ଯେଉଁଥିରେ ୧୯ଜଣ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଛି । ରବିବାର ଭୋର ୫ଟା ବେଳେ ଏହି ଅଘଟଣ ଘଟିଛି । ଆହତଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଜଣେ ଯବାନଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିବା ଜଣାପଡିଛି । ତାଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ରହିଛି । ମିଳିଥିବା ରିପୋର୍ଟ ଅନୁସାରେ, ୨୧ ଜଣ ଯବାନଙ୍କୁ ନେଇ ସିଆରପିଏଫ ଭ୍ୟାନ ଯାଉଥିଲା । ତେବେ ବାଟରେ ଭାରସାମ୍ୟ ହରାଇ ଗାଡିଟି ଦୁର୍ଘଟଣା ଗସ୍ତ ହୋଇଥିଲା । ଭ୍ୟାନଟି ପୂରା ରାସ୍ତା ଉପରେ ଓଲଟି ପଡିଥିଲା ।

LEAVE A REPLY

Please enter your comment!
Please enter your name here