ଓଡିଶାକୁ ରାହୁଲ ଆସିବେ ଚାରିଥର, ପୁଣି ଖଣି ପ୍ରସଙ୍ଗ ଉଠାଇବେ ଶ୍ରୀ ଜେନା

ଚାରିଥର ଓଡିଶା ଆଣିବାକୁ ଯୋଜନା କରିଛି । ରାହୁଲଙ୍କୁ ଆଣି 4ଟି ବଡ ଧରଣର ସଭା କରିବାକୁ ଯୋଜନା କରିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ 3ମାସ ଧରି ପଦ ଯାତ୍ରା କରିବ । ଓଡିଶା ବନ୍ଦ କାର୍ଯ୍ୟକ୍ରମ ସହ ଜାନୁଆରୀ ଓ ଫେବୃଆରାରେ ଜେଲ ଭର ଆନ୍ଦୋଳନ କରିବ । ଦଳର ପ୍ରଚାର କମିଟି ବୈଠକ ପରେ ଏହି ସୂଚନା ଦେଇଛଥନ୍ତି କମିଟିର ଅଧ୍ୟକ୍ଷ ଭକ୍ତ ଦାସ ।
ଅନ୍ୟପଟରେ ପ୍ରଚାର କିମିଟିର ସଦସ୍ୟ ଖଣି ମାଲିକ ମାନଙ୍କୁ ଟାର୍ଗେଟ କରିଛନ୍ତି । ଓଡିଶାକୁ 60 ପରିବାର ଲୁଟ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଶ୍ରୀଜେନା କହିଛନ୍ତି ଖଣି ଲୁଟେରାମାନଙ୍କୁ ସରକାର ବଞ୍ଚେଇବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ଆମେ ସେମାନଙ୍କର ମୁଖା ଖୋଲିବୁ । ଓଡିଶାର ପ୍ରତି ଗାଁ ଗଣ୍ଡାରେ ଏକଥା ପହଁଞ୍ଚାଇବୁ । ଯେଉଁ 60 ପରିବାର ଓଡିଶାକୁ ଲୁଟିଛନ୍ତି ଓ ଖାଇଛନ୍ତି ସେମାନଙ୍କ ମୁଖା ଖୋଲାଯିବ ବୋଲି ସେ କହିଛନ୍ତି । ଖଣି ମାଲିକଙ୍କ କଥା ନେଇ ଶ୍ରୀଜେନା ବାରମ୍ୱାର ଟାର୍ଗେଟ କରିଚାଲିଛନ୍ତି । ବିଶେଷ କରି ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବାଠାରୁ ଶ୍ରୀ ଜେନା ଖଣି କଥାକୁ ବେଶୀ ଦେରାହୀବାକୁ ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here